fbpx

ICC ଟି-୨୦ ରାଙ୍କିଙ୍ଗ: ୮ମ ସ୍ଥାନରେ କୋହଲି; ରାହୁଲ ଶ୍ରେଷ୍ଠ ଭାରତୀୟ

ନୂଆଦିଲ୍ଲୀ: ବୁଧବାର ଆଇସିସି ପକ୍ଷରୁ ଟି-୨୦ ରାଙ୍କିଙ୍ଗ ପ୍ରକାଶ ପାଇଛି । ଚଳିତ ବିଶ୍ୱକପର ପ୍ରଥମ ରାଉଣ୍ଡରୁ ବିଦାୟ ନେଇଥିବା ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କ ର୍ୟାଙ୍କିଙ୍ଗ ହ୍ରାସ ପାଇଥିବା ବେଳେ କେ ଏଲ ରାହୁଲ ଶ୍ରେଷ୍ଠ ମାନ୍ୟତା ପ୍ରାପ୍ତ ଟି-୨୦ ବ୍ୟାଟ୍ସମ୍ୟାନ ରହିଛନ୍ତି । ଭାରତ ସୁପର-୧୨ରୁ ବିଦାୟ ନେଇଥିବା ବେଳେ କୋହଲି ନିଜ ର୍ୟାଙ୍କିଙ୍ଗରେ ୪ଟି ସ୍ଥାନ ତଳକୁ ଖସିଛନ୍ତି । ୪ଟି ସ୍ଥାନ ତଳକୁ ଖସି କୋହଲି ୮ମ ସ୍ଥାନରେ ରହିଥିବା ବେଳେ ୩ଟି ସ୍ଥାନର ପଦୋନ୍ନତି ସହିତ ୫ମ ସ୍ଥାନରେ ପହଞ୍ଚିଛନ୍ତି କେ ଏଲ୍ ରାହୁଲ । ଟପ୍ ଟେନ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଏହି ଦୁଇ ଜଣ ବ୍ୟାଟ୍ସମ୍ୟାନ ରହିଥିବା ବେଳେ ଟପ ଟେନ୍ ବୋଲରଙ୍କ ମଧ୍ୟରେ ଜଣେ ବି ଭାରତୀୟ ନାହାନ୍ତି ।

ବାବର ଆଜମ ୮୩୯ ପଏଣ୍ଟ ସହିତ ପୂର୍ବବତ ପ୍ରଥମ ସ୍ଥାନ ବଜାୟ ରଖିଛନ୍ତି । ୮୦୦ ପଏଣ୍ଟ ସହିତ ଡାୱିଡ ମଲାନ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ୩ଟି ସ୍ଥାନ ଉପରକୁ ଉଠି ୩ ନମ୍ବରରେ ପହଞ୍ଚିଛନ୍ତି ଏଡେନ ମାର୍କରାମ । ଚଳିତ ବିଶ୍ୱକପରେ ବିରାଟ କୋହଲି ମାତ୍ରଭ ୬୮ ରନ ସଂଗ୍ରହ କରିଥିବା ବେଳେ ରାହୁଲ ପ୍ରଥମ ଦୁଇ ମ୍ୟାଚର ବିଫଳତା ପରେ ୧୯୪ ରନ ସଂଗ୍ରହ କରିଥିଲେ ।

Get real time updates directly on you device, subscribe now.