fbpx

ଏକତରଫା ପ୍ରେମ ପଡ଼ିଲା ମହଙ୍ଗା; ବନ୍ଧାହେଲେ ଡେପୁଟି କଲକ୍ଟର

ଅହମଦାବାଦ: ଏକତରଫା ପ୍ରେମ ପଡ଼ିଲା ମହଙ୍ଗା । ଏକତରଫା ପ୍ରେମ କରି ବନ୍ଧାହେଲେ ଡେପୁଟି କଲକ୍ଟର । ବିବାହିତ ମହିଳାଙ୍କୁ ଏକତରଫା ପ୍ରେମ କରି ଏଭଳି କାଣ୍ଡ ଭିଆଇଲେ ଡେପୁଟି କଲେକ୍ଟର ଯାହାଯୋଗୁଁ ତାଙ୍କୁ ଯିବାକୁ ପଡ଼ିଛି ଜେଲ୍ । ପ୍ରକୃତରେ ଯେତେବେଳେ ମହିଳା ଜଣକ ତାଙ୍କ ସହ କଥାହେବାକୁ ମନା କରିଦେଇଥିଲେ ଡେପୁଟି କଲେକ୍ଟର ମହିଳାଙ୍କ ସ୍ୱାମୀ, ପୁଅ ଏବଂ ଶାଶୁଙ୍କୁ ଅଶ୍ଲୀଳ ଫଟୋ ପଠାଇବା ଆରମ୍ଭ କରିଦେଇଥିଲେ । ମାମଲାର ଗମ୍ଭୀରତାକୁ ବୁଝିବା ସହ ମହିଳା ପୋଲିସ ଅଭିଯୋଗ କରିଥିଲେ ଏବଂ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି ।

ସୂଚନା ଅନୁଯାୟୀ, ଅଭିଯୁକ୍ତ ଡେପୁଟି କଲେକ୍ଟର ମୟଙ୍କ ପଟେଲ ଖେଡ଼ା ଜିଲ୍ଲାର ଶିହୋରା ଗ୍ରାମର ନିବାସୀ । ମହିଳାଙ୍କ ସହ ୨୦୧୬ ରେ ଏକ ବୈଠକରେ ଭେଟିଥିଲେ ଏହାପରେ ଅନେକ ବୈଠକରେ ମଧ୍ୟ ସେମାନଙ୍କର ଭେଟ ହୋଇଥିଲା ଏହାପରେ ସେମାନେ ନମ୍ବର ଆଦାନ ପ୍ରଦାନ କରିଥିଲେ ଏବଂ ଉଭୟଙ୍କ ମଧ୍ୟରେ ଚାଟ୍ ଆରମ୍ଭ ହୋଇଥିଲା । ଗତ ଦେଢ଼ ବର୍ଷରୁ ମୟଙ୍କ ପଟେଲ ମହିଳାଙ୍କୁ ସୋସିଆଲ ମିଡିଆରେ ଅଶ୍ଲୀଳ ଫଟୋ, ଭିଡିଓ ଏବଂ ମେସେଜ ପଠାଇ ହଇରାଣ କରୁଥିଲେ ।

ମହିଳା ମୟଙ୍କଙ୍କ ଫୋନ ତଥା ହ୍ୱାଟ୍ସଆପର ଜବାବ ଦେଉନଥିଲେ । ହେଲେ ମୟଙ୍କ ସବୁବେଳେ ମୋବାଇଲ ଲୋକେସନରୁ ତାଙ୍କ ପାଖରେ ପହଞ୍ଚିଯାଉଥିଲେ । ଏହା ଛଡ଼ା ସେ ମହିଳା ଏବଂ ତାଙ୍କ ପରିବାରକୁ ସଦସ୍ୟଙ୍କ ଜୀବନରୁ ମାରିଦେବାକୁ ମଧ୍ୟ ଧମକ ଦେଉଥିଲେ । ମୟଙ୍କ ୯ ଟି ଫୋନ ନମ୍ବରରୁ ତାଙ୍କୁ ହଇରାଣ କରୁଥିଲେ । ଶେଷରେ ମହିଳା କର୍ମଚାରୀ ପୋଲିସରେ ଅଭିଯୋଗ କରିଥିଲେ ପରେ ସାଇବର କ୍ରାଇମ ସେଲ ତାଙ୍କୁ ଗିରଫ କରିବା ମୟଙ୍କ ପଠାଇଥିବା ଫଟୋ, ଭିଡିଓ ଏବଂ ଚାଟକୁ ପ୍ରମାଣ ଭାବେ ଏକତ୍ର କରି ରିମାଣ୍ଡ ଆବେଦନ କରିଛି ।

Get real time updates directly on you device, subscribe now.