fbpx

ହକି ବିଶ୍ୱକପରେ ଦର୍ଶକଙ୍କୁ ଷ୍ଟାଡିୟମ ମନା, କ୍ରୀଡ଼ା ସଚିବଙ୍କ ସୂଚନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶାରେ ହେବାକୁ ଯାଉଛି ଜୁନିୟର ହକି ମହାକୁମ୍ଭ । ଏଥର କଳିଙ୍ଗ ଷ୍ଟାଡିୟମରେ ହେବ ଜୁନିୟର ହକି ଷ୍ଟାଡିୟମ । ୨୪ ତାରିଖରେ ଆରମ୍ଭ ହେବ ହକି ମହାକୁମ୍ଭ । ଏଥିରେ ୧୬ଟି ଟିମ୍ ବିଶ୍ୱକପରେ ଅଂଶ୍ରଗ୍ରହଣ କରିବେ ବୋଲି ସୂଚନା ମିଳିଛି । ଏନେଇ ଭାରତୀୟ ଟିମ୍ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି । ୧୫ ତାରିଖରେ ଅନ୍ୟ ଟିମ୍ ଭୁବନେଶ୍ୱରରେ ଆସି ପହଞ୍ଚିଯିବେ । ବାୟୋ ବବଲ ପ୍ରକ୍ରିୟାରେ ବିଶ୍ୱକପ୍ ହେବ ।

ତେବେ କୋଭିଡ କଟକଣାକୁ ଦୃଷ୍ଟିରେ ରଖି ଟୁର୍ଣ୍ଣାମେଣ୍ଟ ଆୟୋଜିତ କରାଯାଇଛି । ଏପରି କି ଖେଳ ଦେଖିବାକୁ ଦର୍ଶକଙ୍କୁ ଷ୍ଟାଡିୟମ ମନା ହୋଇଛି । ଏହା ସହ ପ୍ରତିଦିନ ଖେଳାଳି ଓ ଷ୍ଟାଫଙ୍କ ଆରଟିପିସିଆର ଟେଷ୍ଟ ହେବ । ଖେଳାଳିଙ୍କ ପାଇଁ ୨ଟି ସ୍ୱତନ୍ତ୍ର କୋଭିଡ ହସ୍ପିଟାଲ ସଂରକ୍ଷଣ ରଖାଯାଇଛି । ନିରାଡମ୍ବରରେ ଉଦଘାଟନୀ ଉତ୍ସବ ହେବ । ଏନେଇ କ୍ରୀଡା ସଚିବ ଭିନିଲ କ୍ରିଷ୍ଣା ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.