fbpx

IPS ସତ୍ୟ ନାରାୟଣ ପ୍ରଧାନ ହେଲେ NCBର ଡିଜି

ନୂଆଦିଲ୍ଲୀ: ବରିଷ୍ଠ ଆଇପିଏସ୍ ସତ୍ୟ ନାରାୟଣ ପ୍ରଧାନଙ୍କୁ ଏନସିବିର ନୂଆ ଡିଜି ଭାବେ ନିଯୁକ୍ତି କରାଯାଇଛି । ପୂର୍ବରୁ ଅତିରିକ୍ତ ଦାୟିତ୍ୱରେ ଥିବା ଓଡ଼ିଆ ଅଫିସରଙ୍କୁ ନିୟମିତ ନିଯୁକ୍ତି ଦେଇଛନ୍ତି ସରକାର । ୨୦୨୪ ଅଗଷ୍ଟ ୩୧ ଯାଏଁ ସେ ଦାୟିତ୍ୱରେ ରହିବେ । ପରବର୍ତ୍ତୀ ଆଦେଶ କିମ୍ବା ଅବସର ପର୍ଯ୍ୟନ୍ତ ସତ୍ୟ ପ୍ରଧାନ ଡିଜି ଭାବେ କାର୍ଯ୍ୟ ତୁଲାଇବେ । ସତ୍ୟ ହେଉଛନ୍ତି ଝାଡଖଣ୍ଡ କ୍ୟାଡରର ବରିଷ୍ଠ ଆଇପିଏସ ଅଧିକାରୀ । ତେବେ ଏଡିଆରଏଫ୍ ଡିଜି ଥିବା ସତ୍ୟଙ୍କୁ ଏନସିବି ଅତିରିକ୍ତ ଦାୟିତ୍ୱ ଦିଆଯାଇଥିଲା । ଅନ୍ୟପଟେ ଗତକାଲି ଅତୁଲ କରୱାଲାଙ୍କୁ ଏନଡିଆରଏଫ୍ ଡିଜି ଭାବେ ନିଯୁକ୍ତି ମିଳିଥିଲା ।

Get real time updates directly on you device, subscribe now.