fbpx

AISFର ‘ଶିକ୍ଷା ବଞ୍ଚାଅ କ୍ୟାମ୍ପସ ବଞ୍ଚାଅ କାର୍ଯ୍ୟକ୍ରମ’; ଜାତୀୟ ଶିକ୍ଷାନୀତି-୨୦୨୦ ପ୍ରତ୍ୟାହାର ଦାବି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭାରତର ପ୍ରଥମ ଶିକ୍ଷାମନ୍ତ୍ରୀ ମୌଲାନା ଅଵୁଲ କାଲାମ ଆଜାଦଙ୍କ ଜନ୍ମ ଵାର୍ଷିକୀକୁ ଜାତୀୟ ଶିକ୍ଷା ଦିଵସ ପାଳନ ପରିପ୍ରେକ୍ଷୀରେ ଏଆଇଏସ୍ଏଫ୍ ଓଡିଶା ରାଜ୍ୟ ପରିଷଦ ଆହ୍ଵାନରେ ରାଜ୍ୟଵ୍ୟାପୀ ଶିକ୍ଷାନୁଷ୍ଠାନ ସ୍ତରରେ ଶିକ୍ଷା ଵଞ୍ଚାଅ – କ୍ୟାମ୍ପସ ଵଞ୍ଚାଅ – ଓଡିଶା ଵଞ୍ଚାଅ କାର୍ୟ୍ୟକ୍ରମ ହୋଇ ଯାଇଛି । ଶିକ୍ଷା ସଂକୋଚନକାରୀ ଜାତୀୟ ଶିକ୍ଷାନୀତି – ୨୦୨୦ ପ୍ରତ୍ୟାହାର କରି ସାର୍ଵଜନୀନ ନିଶୁଳ୍କ ଵିଜ୍ଞାନସମ୍ମତ ଗୁଣାତ୍ମକ ଶିକ୍ଷା ଦାଵିରେ “ଶିକ୍ଷା ଵଞ୍ଚାଅ – କ୍ୟାମ୍ପସ ଵଞ୍ଚାଅ – ଓଡିଶା ଵଞ୍ଚାଅ” ଅଭିଯାନ ଦିଵସ ପାଳନ କରାଯାଇଛି। ଆଜି ଵିଜେଵି ସ୍ଵୟଂଶାସିତ କଲେଜ, କମଳା ନେହେରୁ ଓ୍ଵମେନସ୍ କଲେଜ, ସିଟି ଓ୍ଵମେନସ୍ କଲେଜ ଇତ୍ୟାଦିରେ ଜାତୀୟ ଶିକ୍ଷାନୀତି ୨୦୨୦ର ଶିକ୍ଷାର ଘରୋଇକରଣ, ଵ୍ୟଵସାୟୀକରଣ,ସାମ୍ପ୍ରଦାୟୀକରଣ,ଅନ୍ଧଵିଶ୍ଵାସ ପ୍ରସାର ଵ୍ୟଵସ୍ଥାର କୁପରିଣାମ, ଅଙ୍ଗନଓ୍ଵାଡି କେନ୍ଦ୍ର ଵନ୍ଦ କରି ତିନି ଵର୍ଷରୁ ୬ଵର୍ଷ ଵୟସର ଶିଶୁମାନଙ୍କୁ ଵିଦ୍ୟାଳୟ ଶିକ୍ଷାରେ ସାମିଲ କରିଵା ଆଳରେ ଅବହେଳିତ ପରିଵାରର ଶିଶୁମାନଙ୍କୁ ଶିକ୍ଷା ପ୍ରତି ଆଗ୍ରହ ପ୍ରକାଶରୁ ଵନ୍ଦ କରାଯାଇଛି।

୬ଷ୍ଠ ଶ୍ରେଣୀରୁ ଵୃତ୍ତିଗତ ଶିକ୍ଷା ନାମରେ କୌଳିକ ଵୃତ୍ତିର ଶିକ୍ଷାନାମରେ ଆଦିଵାସି,ଦଳିତ ଓ ପଛୁଆଵର୍ଗର ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷାରୁ ଚତୁରତାର ସହ ଦୂରେଇ ଦେଵାର ଷଡଯନ୍ତ୍ର କରିଯାଇଛି। ସରକାରୀ ସ୍କୁଲ ଓ କଲେଜ ଵନ୍ଦ କରି ଶିକ୍ଷା ଵେପାରୀଙ୍କ ଲୋଭ ଓ ଲାଭ ଚରିତାର୍ଥ କରିଵାର ଷଡ଼ଯନ୍ତ୍ର କରାଯାଇଛି।ଏମଵିଵିଏସରେ ସିଦ୍ଧ ଚିକିତ୍ସା ଭଳି ଅନ୍ଧଵିଶ୍ବାସ, ଇଞ୍ଜିନିୟରିଙ୍ଗରେ ରାମାୟଣ ପାଠ୍ୟକ୍ରମ ଭର୍ତ୍ତିକରି ଶିକ୍ଷାର ଗୁଣାତ୍ମକ ମାନ କୁ ଵିଧ୍ଵସ୍ତ କରାଯାଇଛି। ସାମଗ୍ରିକ ଭାଵେ ଜାତୀୟ ଶିକ୍ଷାନୀତି – ୨୦୨୦ରେ ଶିକ୍ଷା ସଂକୋଚନ,ଗୁଣାତ୍ମକ ଅଵକ୍ଷୟ ସହ କମ୍ପାନୀମାନଙ୍କ ପାଇଁ ଶସ୍ତା ଶ୍ରମିକ ଵାହିନୀ ପ୍ରସ୍ତୁତିର ଷଡ଼ଯନ୍ତ୍ର କରାଯାଇଥିଵା ସମ୍ପର୍କରେ ଆଲୋଚନା ଚକ୍ର, ସଭା, ସମିତି ଓ ପ୍ରଚାର ମାଧ୍ୟମରେ ପାଳିତ ହୋଇଅଛି।ଏହି କାର୍ୟ୍ୟକ୍ରମରେ ଏଆଇଏସ୍ଏଏଫ୍ ର ରାଜ୍ୟ ସଭାପତି ସଂଘମିତ୍ରା ଜେନା,ରାଜ୍ୟ ଯୁଗ୍ମ ସମ୍ପାଦକ ଵିଵେକ କୃଷ୍ଣ ପୃଷ୍ଟି, ଆକାଂକ୍ଷା ପରିଡା,ସୁଚିସ୍ମିତା ଜେନା ପ୍ରମୁଖ ଏହି ସମସ୍ତ କାର୍ୟ୍ୟକ୍ରମର ନେତୃତ୍ଵ ନେଇଥିଲେ।ଅପରାହ୍ନ ୫ଟାରେ ମାଷ୍ଟରକ୍ୟାଣ୍ଟିନ ଠାରେ ଵିଭିନ୍ନ କଲେଜର ଛାତ୍ରଛାତ୍ରୀଙ୍କୁ ନେଇ ଶିକ୍ଷା ଵଞ୍ଚାଅ – କ୍ୟାମ୍ପସ ଵଞ୍ଚାଅ – ଓଡିଶା ଵଞ୍ଚାଅ” ଆଲୋଚନାଚକ୍ର ଶିକ୍ଷା ଵଞ୍ଚାଅ – କ୍ୟାମ୍ପସ ଵଞ୍ଚାଅ – ଓଡିଶା ଵଞ୍ଚାଅ ଅଭିଯାନର ସମ୍ପାଦକ ସଂଘମିତ୍ରା ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା।

Get real time updates directly on you device, subscribe now.