fbpx

ଜୁନିୟର ହକି ବିଶ୍ୱକପ୍‌: ଭୁବନେଶ୍ୱରରେ ପହଞ୍ଚିଲା ଭାରତୀୟ ହକି ଟିମ୍‌, ଆରମ୍ଭ କରିବ ଅଭ୍ୟାସ

ଭୁବନେଶ୍ୱର, (ଭାସ୍କର ନ୍ୟୁଜ): ଓଡ଼ିଶାରେ ପୁଣି ହକି ମହାକୁମ୍ଭ ଆରମ୍ଭ ହେବା ପାଇଁ ପ୍ରସ୍ତୁତି ପର୍ବ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଚଳିତମାସ ୨୪ ତାରିଖରେ ବାଜିବ ଜୁନିୟର ହକି ବିଶ୍ୱକପ୍‌ ବିଗୁଲ । ଏନେଇ କଳିଙ୍ଗ ଷ୍ଟାଡିୟମରେ ପ୍ରସ୍ତୁତି ପର୍ବ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଭାରତୀୟ ହକି ଟିମ୍‌ ଭୁବନେଶ୍ୱରରେ ପହଞ୍ଚି ସାରିଛି ଓ ଅଭ୍ୟାସ ମଧ୍ୟ ଆରମ୍ଭ କରିଦେଇଛି । ଆସନ୍ତା ୧୫ ତାରିଖରେ ଆଉ ଏକ ଟିମ୍‌ ଭୁବନେଶ୍ୱରରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି ।

ସୂଚନାଯୋଗ୍ୟ ଯେ ଏହି ଜୁନିୟର ହକି ବିଶ୍ୱକପ୍‌ ମହାକୁମ୍ଭରେ ସମୁଦାୟ ୧୬ଟି ଟିମ୍‌ ଭାଗନେବେ । ସମ୍ପୂର୍ଣ୍ଣ କୋଭିଡ୍‌ କଟକଣା ମଧ୍ୟରେ ଏହି ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ । ଦର୍ଶକମାନଙ୍କୁ ଷ୍ଟାଡିୟମ ପ୍ରବେଶ ବାରଣ କରାଯାଇଥିବାବେଳେ ଖେଳାଳୀ ଓ ଅନ୍ୟ କର୍ମଚାରୀଙ୍କର କରୋନା ଟେଷ୍ଟ ପ୍ରତିଦିନ କରାଯିବ । ଏଥି ।ଇଁ ଦୁଇଟି ସ୍ୱତନ୍ତ୍ର କୋଭିଡ୍‌ ହସ୍ପିଟାଲ ମଧ୍ୟ ସଂରକ୍ଷିତ ରଖାଯାଇଛି । ଏହାବାଦ୍‌ ଖେଳାଳୀମାନଙ୍କ ରହଣି ପାଇଁ ଦୁଇଟି ହୋଟେଲରେ ବ୍ୟବସ୍ଥା କରାଯାଇଛି । ଚଳିତବର୍ଷ କୋଭିଡ୍‌ ମହାମାରୀ ଯୋଗୁଁ ସମ୍ପୂର୍ଣ୍ଣ ନିରାଡମ୍ବର ଭାବେ ଉଦ୍‌ଘାଟନୀ ଉତ୍ସବ ଅନୁଷ୍ଠିତ ହେବ ବୋଲି କ୍ରୀଡ଼ା ସଚିବ ଭିନିଲ୍‌ କ୍ରିଷ୍ଣା ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.