fbpx

EPFOର ବଡ଼ ନିଷ୍ପତ୍ତି; ଏଣିକି କର୍ମଚାରୀଙ୍କ ମୃତ୍ୟୁ ପରେ ପରିବାରକୁ ମିଳିବ ଦ୍ୱିଗୁଣ ଟଙ୍କା, ଜାଣନ୍ତୁ କେତେ

ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟ ନିଧି ସଙ୍ଗଠନ ନିଜ କର୍ମଚାରୀ ଓ ସେମାନଙ୍କ ପରିବାରକୁ ନେଇ ବଡ଼ ନିଷ୍ପତ୍ତି ନେଇଛି । ଯଦି ଇପିଏଫଓ କର୍ମଚାରୀଙ୍କ ଅଚାନକ୍ ମୃତ୍ୟୁ ହୁଏ, ତେବେ ତାଙ୍କ ପରିବାର ବା ନୋମିନୀଙ୍କୁ ଦିଆଯାଉଥିବା Ex-gratia Death Relief Fund ପରିମାଣର ଦ୍ୱିଗୁଣ ଟଙ୍କା ମିଳିବ । ଏହାଦ୍ୱାରା ସାରା ଦେଶରେ ୩୦ ହଜାର କର୍ମଚାରୀ ଉପକୃତ ହେବେ । ପାଣ୍ଠିରେ କରାଯାଇଥିବା ଏହି ବୃଦ୍ଧିକୁ ତୁରନ୍ତ ଲାଗୁ କରାଯାଇଛି । ଏଥିପାଇଁ ଇପିଏଫଓ ସମସ୍ତ କାର୍ଯ୍ୟାଳୟକୁ ସର୍କୁଲାର ମଧ୍ୟ ଜାରି କରିଛି ।

ସର୍କୁଲାରରେ ଏହା ସ୍ପଷ୍ଟ କରାଯାଇଛି ଯେ, କରୋନା ମହାମାରୀ କାରଣରୁ ମୃତ୍ୟୁ ଏଥିରେ ସାମିଲ କରାଯାଇ ନାହିଁ । ଏହା ସହ କୁହାଯାଇଛି ଯେ, ଇପିଏଫଏ କର୍ମଚାରୀଙ୍କ ଆକସ୍ମିକ ମୃତ୍ୟୁରେ ବର୍ତ୍ତମାନ ପରିବାରକୁ ୮ ଲକ୍ଷ ଟଙ୍କା ଦିଆଯିବ । ଏହି ପାଣ୍ଠି ଅଧୀନରେ ୨୦୦୬ ରେ ପରିବାରକୁ କେବଳ ୫୦୦୦ ଟଙ୍କା ଦିଆଯାଉଥିଲା । ଏହା ପରେ ଏହାକୁ ୫୦ ହଜାରରୁ ୪.୨୦ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଥିଲା । ବର୍ତ୍ତମାନ ଏହା ମଧ୍ୟ ସ୍ଥିର ହୋଇଛି ଯେ ପ୍ରତି ତିନି ବର୍ଷରେ ଏହାକୁ ୧୦ ପ୍ରତିଶତ ବୃଦ୍ଧି କରିବାକୁ ଉଦ୍ୟମ କରାଯିବ । ତେବେ ଅଚାନକ୍ ମୃତ୍ୟୁରେ ଅତି କମରେ ୧୦ ଲକ୍ଷ ଓ ସର୍ବାଧିକ ୨୦ ଲକ୍ଷ ଟଙ୍କା ଦେବାକୁ ଦାବି ହୋଇଥିଲା ।

ଇପିଏଫଓ ଦ୍ୱାରା କୁହାଯାଇଛି ଯେ, ଯଦି ଜଣେ କର୍ମଚାରୀଙ୍କର ଅଣ-କୋଭିଡ୍ ମୃତ୍ୟୁ ଅର୍ଥାତ୍ ପ୍ରାକୃତିକ ମୃତ୍ୟୁ ଘଟେ, ତା’ହେଲେ ତାଙ୍କ ପରିବାରକୁ ୮ ଲକ୍ଷ ଟଙ୍କା ମିଳିବ । ଏହି ରାଶି ବୋର୍ଡର ପ୍ରତ୍ୟେକ କର୍ମଚାରୀଙ୍କ ପାଇଁ ସମାନ ରହିଛି । ନିକଟରେ କେନ୍ଦ୍ର ସରକାର ୬.୫ କୋଟି ଲୋକଙ୍କ ଆକାଉଣ୍ଟକୁ ପିଏଫର ସୁଧ ପଠାଇଛନ୍ତି । ଇପିଏଫଓ ଏଥର ପିଏଫ ଆମାଉଣ୍ଟ ଉପରେ ୮.୫ ପ୍ରତିଶତ ସୁଧ ଦେଇଛି । ଆପର ଘରେ ବସି ମଧ ନିଜ ପିଏଫ୍ ଆକାଉଣ୍ଟ ଚେକ୍ କରି ଟଙ୍କା ଆସିଛି କି ନାହିଁ ଜାଣିପାରିବେ ।

Get real time updates directly on you device, subscribe now.