fbpx

ପାକିସ୍ତାନ ହାରିବା ପରେ ‘ଓ ଭାଇ ମାରୋ…’ ଯୁବକଙ୍କ ପ୍ରତିକ୍ରିୟା, ଦୁଃଖରେ କହିଲେ…

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ୍ ୨୦୨୧ରେ ପାକିସ୍ତାନର ଯାତ୍ରା ଶେଷ ହୋଇଯାଇଛି । ଗୁରୁବାର ଦିନ ସେମିଫାଇନାଲ୍ ମୁକାବିଲାରେ ପାକିସ୍ତାନ ପରାଜୟ ହୋଇଛି । ଅଷ୍ଟ୍ରେଲିୟା ଠାରୁ ୫ଟି ୱିକେଟ୍ ରେ ପାକ୍ ହାରିଛି । ତେବେ ପାକିସ୍ତାନର ଚଳିତ ବର୍ଷର ପ୍ରଦର୍ଶନ ଭଲ ରହିଥିବା ବେଳେ ଲଗାତର ୫ଟି ମୁକାବିଲାରେ ଜିତ୍ ହାସଲ କରିଥିଲା ଫାଇନାଲ୍ ରେ ନିଜର ଜାଗା ସୃଷ୍ଟି କରିଥିଲା । ହେଲେ ଗତକାଲିର ମ୍ୟାଚ୍ ରେ ଟିମ୍ ର ହାର୍ ହୋଇଛି ।

ଲଗାତର ଭାବରେ ଭଲ ପ୍ରଦର୍ଶନ ପରେ ହାରିଥିବାରୁ କୋଟି କୋଟି ପାକିସ୍ତାନୀଙ୍କ ହୃଦୟ ଭାଙ୍ଗିଯାଇଛି । ତେବେ ପାକିସ୍ତାନର ଭାଇରାଲ୍ ଯୁବକ ମୋମିନ୍ ସାକିବଙ୍କ ଏକ ଭିଡିଓ ଖୁବ୍ ଭାଇରାଲ୍ ହେଉଛି । ପାକିସ୍ତାନ ହାରିବା ପରେ ତାଙ୍କୁ ଷ୍ଟାଡିୟମ୍ ରେ ଏକା ମନ ଦୁଃଖରେ ବସିଥିବା ଦେଖିବାକୁ ମିଳିଛି ଓ ଟିମ୍ ହାରିବାକୁ ନେଇ ସେ ପ୍ରତିକ୍ରିୟା ଦେଇଛନ୍ତି । ଭିଡିଓଟିକୁ ସେ ନିଜର ଇନଷ୍ଟାଗ୍ରାମ ରେ ସେୟାର୍ କରିଛନ୍ତି ।

 

View this post on Instagram

 

A post shared by Momin Saqib (@mominsaqib)

ଭିଡିଓରେ ସେ କହିଛନ୍ତି ଯେ, ମୋର ଘରକୁ ଯିବାକୁ ଳମନ ହେଉନି । ମ୍ୟାଚ୍ ହାରିଥିବାରୁ ଦୁଃଖ ତ ହେବ । ହେଲେ ଖୁବ୍ ଭଲ ଖେଳିଥିଲେ ଖେଳାଳୀ ମାନେ । ବ୍ୟାକ ଟୁ ବ୍ୟାକ୍ ମ୍ୟାଚ୍ ଜିତାଇଲେ । ଏପରି କିଛି ଖୁବ୍ ମନ ଦୁଃଖରେ କହିଛନ୍ତି । ତେବେ ଜାଣି ରଖନ୍ତୁ ଯେ, ମୋମିନ୍ ସାକିବ୍ ଙ୍କର ମାରୋ ମୁଝେ ମାରୋ ଭିଡିଓ ଖୁବ୍ ଭାଇରାଲ୍ ହୋଇଥିଲା । ୨୦୧୯ ବିଶ୍ୱକପ୍ ରେ ଭାରତ-ପାକିସ୍ତାନ ମ୍ୟାଚ୍ ପାକ୍ ହାରିବା ପରେ ତାଙ୍କର ଏକ ଭିଡିଓ ଭାଇରାଲ୍ ହୋଇଥିଲା ।

Get real time updates directly on you device, subscribe now.