fbpx
BJD SKY
BJD SKY

RBIର ୨ଟି ଯୋଜନା ଲଞ୍ଚ କଲେ ପ୍ରଧାନମନ୍ତ୍ରୀ ମୋଦୀ, ଜାଣନ୍ତୁ ଏହାର ଫାଇଦା

BJD

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅର୍ଥାତ୍ ଶୁକ୍ରବାର ଦିନ ରିଜର୍ଭ ବ୍ୟାଙ୍କର ୨ଟି ଏପରି ଯୋଜନାର ଶୁଭାରମ୍ଭ କରିଛନ୍ତି, ଯେଉଁଥିରେ ସାଧାରଣ ଲୋକଙ୍କର ଫାଇଦା ହେବ । ଏହି ଯୋଜନାଗୁଡିକ ସରକାରୀ ସିକ୍ୟୁରିଟିରେ ସାଧାରଣ ଲୋକଙ୍କ ନିବେଶକୁ ସହଜ କରିବା ସହିତ ବ୍ୟାଙ୍କଗୁଡିକ ଉପରେ ଥିବା ଅଭିଯୋଗର ସମାଧାନ ପ୍ରକ୍ରିୟାକୁ ସହଜ କରିବା ବିଷୟରେ ରହିଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସକାଳ ୧୧ଟାରେ ଭିଡିଓ କନଫରେନ୍ସିଂ ଜରିଆରେ ଏହି ଯୋଜନା ଗୁଡିକର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସାମିଲ ହୋଇଥିଲେ । ଏହି ଯୋଜନାଗୁଡିକର ନାଁ ହେଉଛି- ରିଟେଲ ଡାଇରେକ୍ଟ ସ୍କିମ୍ ଓ ରିଜର୍ଭ ବ୍ୟାଙ୍କ ଇଣ୍ଟିଗ୍ରେଟେଡ ଆମ୍ବୁଡସମ୍ୟାନ୍ ସ୍କିମ୍ । ତେବେ ଆସନ୍ତୁ ଜାଣିବ ଏହି ଯୋଜନା କ’ଣ ଓ ଏହାର ଦ୍ୱାରା କ’ଣ ଫାଇଦା ମିଳିବ…

ରିଟେଲ ଡାଇରେକ୍ଟ ସ୍କିମ୍:
ଏହି ଯୋଜନା ମାଧ୍ୟମରେ ସରକାରୀ ସିକ୍ୟୁରିଟିରେ ଖୁଚୁରା ନିବେଶକଙ୍କ ପ୍ରବେଶ ବୃଦ୍ଧି ପାଇଁ ପ୍ରୟାସ କରାଯିବ । ଏହା ଅଧୀନରେ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ସିକ୍ୟୁରିଟିରେ ଲୋକଙ୍କ ସିଧା ନିବେଶକୁ ପ୍ରୋତ୍ସାହିତ କରିବା ପାଇଁ ଏକ ରୋଡମ୍ୟାପ ପ୍ରସ୍ତୁତ ହେବ ।

ଏଥିରେ ସାଧାରଣ ନିବେଶକମାନେ ଅତି ସହଜରେ ରିଜର୍ଭ ବ୍ୟାଙ୍କର ୱେବସାଇଟରେ ଏକ ଅନଲାଇନ୍ ଆକାଉଣ୍ଟ ଖୋଲି ସରକାରୀ ସିକ୍ୟୁରିଟିରେ ନିବେଶ କରିପାରିବେ । ଏପର୍ଯ୍ୟନ୍ତ ସେମାନଙ୍କ ମଧ୍ୟରେ କେବଳ ଅନୁଷ୍ଠାନିକ ବିନିଯୋଗ ଅଧିକ ରହିଛି । ଏଥିପାଇଁ ରିଜର୍ଭ ବ୍ୟାଙ୍କ କୌଣସି ପ୍ରକାର ଚାର୍ଜ ଆଦାୟ କରିବ ନାହିଁ, ଅର୍ଥାତ୍ ଏହି ସେବା ପାଇଁ କୌଣସି ଶୁଳ୍କ ରହିବ ନାହିଁ ।

ରିଜର୍ଭ ବ୍ୟାଙ୍କ ଇଣ୍ଟିଗ୍ରେଟେଡ ଆମ୍ବୁଡସମ୍ୟାନ୍ ସ୍କିମ:

ରିଜର୍ଭ ବ୍ୟାଙ୍କର ଏହି ଯୋଜନା ମାଧ୍ୟମରେ ଅଭିଯୋଗ ପାଇଁ ପୋର୍ଟଶଳ ସୁବିଧା ରହିଛି । ଏଥିରେ ଦେଶର ଲୋକଙ୍କ ଦ୍ୱାରା ବ୍ୟାଙ୍କଗୁଡିକର ଅଭିଯୋଗ ବିଷୟରେ ସମାଧାନ ପ୍ରକ୍ରିୟାରେ ଆଉ ସୁଧାର ଆଣିବାକୁ ଚେଷ୍ଟା କରାଯିବ । ଏହା ମାଧ୍ୟମରେ ସାଧାରଣ ଲୋକଙ୍କ ଅଭିଯୋଗ ଶୀଘ୍ର ଓ ସହଜ ଉପାୟରେ ସମାଧାନ କରିବାର ଚିନ୍ତାଧାରା ରହିଛି । ଏହି ଯୋଜନାର ବିଷୟବସ୍ତୁ ରହିଛି- ‘ଗୋଟିଏ ଦେଶ, ଗୋଟିଏ ଲୋକପାଳ’ । ଏହା ଅଧୀନରେ ଗ୍ରାହକମାନେ ଗୋଟିଏ ପୋର୍ଟାଲ, ଗୋଟିଏ ଇମେଲ ଏବଂ ଗୋଟିଏ ଠିକଣାରେ ସେମାନଙ୍କର ଅଭିଯୋଗ କରିବେ ।

ଏହା ମାଧ୍ୟମରେ ବ୍ୟାଙ୍କ ଗ୍ରାହକମାନେ ସେମାନଙ୍କର ଅଭିଯୋଗ ଦାଖଲ କରିପାରିବେ, ଡକ୍ୟୁମେଣ୍ଟ୍ ଦାଖଲ କରିବେ ଏବଂ ଅଭିଯୋଗର ଅଗ୍ରଗତି ଉପରେ ନଜର ରଖିବା ସହିତ ସେମାନଙ୍କର ମତାମତ ଦେଇପାରିବେ । ସମସ୍ୟାର ସମାଧାନ ପାଇଁ ଏକ ଟ୍ରୋଲ ଫ୍ରି ନମ୍ବର ମଧ୍ୟ ରହିବ ।

ଏହି ଅବସରରେ ମୋଦୀ ସମ୍ବୋଧନରେ କହିଛନ୍ତି ଯେ, ‘ଖାଉଟି ଓ ବ୍ୟାଙ୍କ ଭିତରେ ସମ୍ପର୍କ ବୃଦ୍ଧି ପାଇଁ ପଦକ୍ଷେପ ନିଆଯାଉଛି । ବ୍ୟାଙ୍କିଙ୍ଗ କ୍ଷେତ୍ରକୁ ଅନଲାଇନ୍ ଓ ଇଲୋକ୍ଟ୍ରୋନିକ୍ ଭିତ୍ତିକ କରାଯାଇଛି । ଦେଶବାସୀ ବ୍ୟାଙ୍କସେବାରୁ ଅଧିକ ଉପକୃତ ହେବା ପାଇଁ ବ୍ୟବସ୍ଥା ହୋଇଛି । କୃଷିକ୍ଷେତ୍ରରୁ ବ୍ୟବସାୟ, ବିଭିନ୍ନ ସଙ୍ଗଠନ, ସାଧାରଣ ଲୋକ ଲାଭ ପାଇବେ ।’

Get real time updates directly on you device, subscribe now.