fbpx

ମମିତାଙ୍କ ଆତ୍ମା ଶାନ୍ତି ପାଇଁ ମୁଣ୍ଡନ ହେଲେ କଂଗ୍ରେସ କର୍ମୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କଂଗ୍ରେସ ଆଜି ଓଡ଼ିଶାବ୍ୟାପି ଛଅ ଘଣ୍ଟିଆ ହରତାଳ ଡାକରା ଦେଇଛନ୍ତି । ତେବେ ଏହି ସାରା ଓଡ଼ିଶାରେ ଶାନ୍ତିପୂର୍ଣ ଭାବରେ କଂଗ୍ରେସ କର୍ମୀ ମାନେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ବହିଷ୍କାର ଦାବି କରୁଛନ୍ତି । ହେଲେ ଇତି ମଧ୍ୟରେ ଅଭିନବ ଢ଼ଙ୍ଗରେ ସାମୁହିକ ମୁଣ୍ଡନ୍ ହୋଇ ପ୍ରତିବାଦ କରିଛନ୍ତି କଂଗ୍ରେସ କର୍ମୀ । ଏକ ମାସରୁ ଉର୍ଦ୍ଧ୍ୱ ସମୟ ହେବ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ୍ ମହାଲିଙ୍ଗ ସନ୍ ସାଇନ୍ ସ୍କୁଲର ଅଧ୍ୟକ୍ଷା ମମିତା ମେହେରଙ୍କ ହତ୍ୟା ରହସ୍ୟବୃତ ହୋଇ ରହିଥିବା ବେଳେ ଏଥିରେ ଗୃହ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତିକୁ ନେଇ ଦାବି ହୋଇ ଆସୁଛି । କଂଗ୍ରେସ କର୍ମୀଙ୍କ କହିବା କଥା ଯେ, ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ସରକାର୍ ଘଣ୍ଟ ଘୋଡାଇବାରେ ଯଥା ସାଧ୍ୟ ଉଦ୍ୟମ ଜାରି ରଖିଛନ୍ତି ।

ଖାଲି ସେତିକି ନୁହେ ମୁଖ୍ୟମନ୍ତ୍ରୀ, ଦିବ୍ୟଶଙ୍କରଙ୍କୁ ସାବାସି ଦେଇ ନିଜ ପାଖରେ ଗୋଟିଏ ମଞ୍ଚରେ ବସାଇ ମନ୍ତ୍ରୀଙ୍କ ଭାଷଣକୁ ତାଳି ମାରିବା ସହ ପରୋକ୍ଷରେ ଅପରାଧୀ ଓ ଅପରାଧ କୁ ପ୍ରୋତ୍ସାହନ ଦେଉଛନ୍ତି । ଏଭଳି ଅଭିଯୋଗ ଆଣି ଆଜି ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ୍ କଂଗ୍ରେସ କମିଟି ତରଫରୁ କର୍ମୀ ମନେ ଅଭିନବ ଢଙ୍ଗରେ ପ୍ରତିବାଦ କରିଥିବା ଦେଖିବାକୁ ମିଳିଛି । ଆଜି ସକାଳୁ ସକାଳୁ କଂଗ୍ରେସ କର୍ମୀ ମାନେ ପିକେଟିଂ କରିବା ସହ ଦୋକାନ ବଜାର ବନ୍ଦ କରିବାକୁ ଅନୁରୋଧ କରିବା ଦେଖିବାକୁ ମିଳିଛି ।

ଏତଦବ୍ୟତୀତ ଅଭିନବ ଢ଼ଙ୍ଗରେ ରେ ପିସିସି ସମ୍ପାଦକ କ୍ଷେମରାଜ୍ ବାଘଙ୍କ ନେତୃତ୍ୱ ରେ କର୍ମୀ ମନେ ସାମୁହିକ ଭାବେ ମୁଣ୍ଡନ ହୋଇ ମମୀତଙ୍କ ଆତ୍ମା ର ସଦଗତି କାମନା କରିବା ସହିତ ତାଙ୍କ ନ୍ୟାୟ ଦାବି କରିଛନ୍ତି । ଏହି ସାମୁହିକ ମୁଣ୍ଡନ୍ କାର୍ଯ୍ୟକ୍ରମ ରେ ନିଜେ ପିସିସି ସମ୍ପାଦକ କ୍ଷେମରାଜ୍ ବାଘଙ୍କ ସମେତ ପ୍ରମୁଖମାନେ ମୁଣ୍ଡନ ହୋଇଥିଲେ । ଏଭଳି ଅଭିଯାନ ଉପାୟରେ ପ୍ରତିବାଦକୁ ଜନ ସାଧାରଣ ଗ୍ରହଣ କରିଥିବା ବେଳେ ମମିତା ପ୍ରସଙ୍ଗ ପୁଣି ଜୋର୍ ଧରିଛି ।

Get real time updates directly on you device, subscribe now.