fbpx

ଏହି ଡର ଯୋଗୁଁ ଯୁଦ୍ଧକୁ ଯିବା ପୂର୍ବରୁ ମୋଗଲ ସେନାପତି ନିଜର ୬୩ ପତ୍ନୀଙ୍କୁ ମାରି ଦେଇଥିଲେ, ଜାଣନ୍ତୁ ପୂରା ଘଟଣା

ନୂଆଦିଲ୍ଲୀ: ଇତିହାସରେ ରାଜା ମହାରାଜା ସେନାପତି ଇତ୍ୟାଦିଙ୍କର ନାନା ପ୍ରକାରର ରୋଚକ କାହାଣୀ ରହିଛି । ଐତିହାସିକ ମାନେ ଅନେକ କିଛି ହାତ ଲେଖା ବହିରେ ଉଲ୍ଲେଖ କରିଛନ୍ତି । ସେ ସମୟରେ ଅନେକ ପ୍ରକାର ପ୍ରଥା ପରମ୍ପରା ରହିଥିଲା । ବିଭିନ୍ନ ରାଜ୍ୟରେ ରାଜୁତି କରିବା ପାଇଁ ରାଜା ମହାରାଜା ମାନଙ୍କ ମଧ୍ୟରେ ଯୁଦ୍ଧବିରତି ହେଉଥିଲା । ହେଲେ ଏବେ ସେସବୁ କିଛି ବି ନାହିଁ । ତେବେ ଇତିହାସ ପୃଷ୍ଠାର ଗୋଟିଏ ରୋଚକ କଥା ସମ୍ପର୍କରେ ଆମେ ଜାଣିବା । ତାହା ହେଉଛି ଛତ୍ରପତି ଶିବାଜୀ ମହାରାଜାଙ୍କ ବିରୋଧରେ ଯୁଦ୍ଧକୁ ଯିବା ପୂର୍ବରୁ ଅଫଜଲ୍ ଖାନ୍ ନିଜର ସମସ୍ତ ୬୩ ଜଣ ପତ୍ନୀଙ୍କୁ ମାରି ଦେଇଥିଲେ ।

ଏନେଇ କୁହାଯାଉଛି ଯେ, ଜଣେ ଜ୍ୟୋତିଷ ଭବିଷ୍ୟବାଣୀ କରିଥିଲେ ଯେ ଅଫଜଲ ଆଉ ଯୁଦ୍ଧରୁ ବଞ୍ଚିକି ଫେରିବେ ନାହିଁ । ଛତ୍ରପତି ଶିବାଜୀ, ମହାରାଜା ଲଗାତର ଆକ୍ରମଣକାରୀଙ୍କ ବିରୋଧରେ ଯୁଦ୍ଧ ପ୍ରବୃତି ନେଇ ଆଗକୁ ବଢ଼ୁଥିଲେ । ଏହି ସମୟରେ ମୋଗଲ ଶାସକ ଔରଙ୍ଗଜେବ୍ ବହୁତ୍ ଡରି ଯାଇଥିଲେ । ତେବେ ଜ୍ୟୋତିଷଙ୍କ ଭବିଷ୍ୟବାଣୀ ଅନୁସାରେ, ଅଫଜଲ୍ ଖାନ୍ ଆଉ ଫେରିବେ ନାହିଁ ଓ ଛତ୍ରପତି ଶିବାଜୀଙ୍କର ମୃତ୍ୟୁ ହେବ ।

ଆଉ ଏହାପରେ ଅଫଜଲ୍ ଖାନ୍ ନିଜର ୬୩ ଜଣ ପତ୍ନୀଙ୍କ ମାରି ଦେଇଥିଲେ । କାରଣ ତାଙ୍କୁ ଡର ଥିଲା ଯେ, ମୃତ୍ୟୁ ପରେ ତାଙ୍କ ପତ୍ନୀ ମାନେ ଦ୍ୱିତୀୟ ବିବାହ କରିଦେବେ । ସେ ଭବିଷ୍ୟବାଣୀ ଉପରେ ଆଖି ବନ୍ଦ କରି ବିଶ୍ୱାସ କରି ନେଇଥିଲେ । ତେବେ ପତ୍ନୀ ମାନଙ୍କ ମୃତ୍ୟୁ କୁ ନେଇ ଅନେକ ଐତିହାସିକ ମାନେ ଭିନ୍ନ ଭିନ୍ନ ପ୍ରକାର ତଥ୍ୟ ଦେଇଛନ୍ତି । କିଏ କହୁଛନ୍ତି ପତ୍ନୀ ମାନଙ୍କୁ କୁଅ ଭିତରକୁ ଠେଲି ଦିଆଯାଇଥିଲା ତ ଆଉ କେହି କହିଛନ୍ତି ତଲୱାର୍ ରେ ସେମାନଙ୍କୁ ବଧ କରିଦିଆଗଲା ।

ତେବେ ଅଫଜଲ ଖାନଙ୍କୁ ଛତ୍ରପତି ଶିବାଜୀ ମାରି ଦେଇଥିଲେ । କର୍ଣ୍ଣାଟକର ବିଜାପୁର ଠାରୁ ପାଖାପାଖି ୫ କିମି ଦୂରରେ ଉଜାଡ ସ୍ଥଳ ଠାରେ ପାଞ୍ଚ ଏକର ଜମିରେ ରହିଥିବା କବର କୁ “ସାଠ କବ୍ର” ବୋଲି କୁହାଯାଏ । ଅଫଜଲଙ୍କ ପତ୍ନୀ ମାନଙ୍କ ୬୩ଟି ସମାଧି ବିଜାପୁରର ଏହି “ସାଠ କବ୍ର” ଠାରେ ଅବସ୍ଥିତ ।

Get real time updates directly on you device, subscribe now.