fbpx

କୋଭିଡ ବିରୋଧରେ କୋଭାକ୍ସିନ୍ ୭୭.୮% ପ୍ରଭାବୀ; ନୂଆ ରିସର୍ଚ୍ଚରୁ ଖୁଲାସା

ନୂଆଦିଲ୍ଲୀ: କରୋନା ବିରୋଧ ଲଢ଼େଇରେ ସ୍ୱଦେଶୀ ଟିକା କୋଭାକ୍ସିନ୍ ୭୭.୮ ପ୍ରତିଶତ ପ୍ରଭାବଶାଳୀ ରହୁଛି । ଲକ୍ଷଣଯୁକ୍ତ କୋଭିଡ ଆକ୍ରାନ୍ତଙ୍କ ପାଇଁ କୋଭାକ୍ସିନ୍ ୭୭.୮ % ଫଳପ୍ରଦ ବୋଲି ମେଡିକାଲ ଜର୍ନାଲ ଲାନସେଟରେ ପ୍ରକାଶିତ ଏକ ରିସର୍ଚ୍ଚରୁ ଜଣାପଡିଛି । କରୋନା ବିରୋଧ ଲଢ଼େଇରେ ସୀରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର କୋଭିଶିଲ୍ଡ ପରେ କୋଭାକ୍ସନର ବ୍ୟବହାର କରାଯାଉଛି । ଏହି ଟିକାକୁ ହାଇଦ୍ରାବାଦ ସ୍ଥିତ ଭାରତ ବାୟୋଟେକର ଏନଆଇଭି ଓ ଆଇସିଏମଆର ପକ୍ଷରୁ ମିଳିତ ଭାବେ ପ୍ରସ୍ତୁତ କରାଯାଇଛି ।

ଲାନସେଟ୍ ଦ୍ୱାରା ଜାରି ହୋଇଥିବା ବୟାନରେ କୁହାଯାଇଛି ଯେ, ନିଷ୍କ୍ରିୟ ଭାଇରସ୍ ଟେକନିକ୍ ବ୍ୟବହାର କରୁଥିବା କୋଭାକ୍ସିନର ଦୁଇ ଡୋଜ୍ ଦିଆଯିବାର ଦୁଇ ସପ୍ତାହ ପରେ ଏକ ଶକ୍ତିଶାଳୀ ଆଣ୍ଟିବଡି ପ୍ରକ୍ରିୟା ଆରମ୍ଭ ହୋଇଥାଏ । ପରୀକ୍ଷା ସମୟରେ ଟିକା ସହ ଜଡ଼ିତ ମୃତ୍ୟୁର ଗମ୍ଭୀର ଗୁରୁତର ମାମଲାର ରିପୋର୍ଟ ହୋଇନାହିଁ ବୋଲି ଏହି ପତ୍ରିକାରେ ଦର୍ଶାଯାଇଛି । ଭାରତରେ ନଭେମ୍ବର ୨୦୨୦ ରୁ ମେ ୨୦୨୧ ପର୍ଯ୍ୟନ୍ତ ଚାଲିଥିବା ଏହି ପରୀକ୍ଷଣରେ ୧୮-୯୭ ବୟସ ବର୍ଗରେ ୨୪ ହଜାର ୪୧୯ ଅଂଶଗ୍ରହଣ କରିଥିଲେ ।

Get real time updates directly on you device, subscribe now.