fbpx
BSKY
BJD SHG SKY
BJD YOUTH SKY

ଦୁଇଟି କେନ୍ଦ୍ରୀୟ ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ, ଜାଣନ୍ତୁ କଣ

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ ଦୁଇଟି କେନ୍ଦ୍ରୀୟ ଯୋଜନାର ଶୁଭାରମ୍ଭ ଶୁକ୍ରବାର ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବାହ୍ନ ୧୧ଟାରେ ଭର୍ଚୁଆଲରେ ଏହି ଯୋଜନା ଦ୍ବୟକୁ ଲଞ୍ଚ କରିବେ । ଏହି ଯୋଜନାର ଶୁଭାରମ୍ଭ ସମୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥିତ ରହିବେ । ଉକ୍ତ ଦୁଇଟି ଯୋଜନା ହେଲା ଆରବିଆଇ ରିଟେଲ ଡାଇରେକ୍ଟ ଯୋଜନା ଓ ସମନ୍ବିତ ଲୋକପାଳ ଯୋଜନା।

ଏହା ଖୁଚୁରା ନିବେଶକାରୀଙ୍କ ପାଇଁ ସରକାରୀ ପ୍ରତିଭୂମିରେ ନିବେଶ କରିପାରିବ । ଖୁଚୁରା ନିବେଶକାରୀ ସହଜରେ ଭାରତୀୟ ରିଜର୍ଭ ବ୍ୟାଙ୍କ ପାଖରେ ନିଜର ସରକାରୀ ପ୍ରତିଭୂମି ଖାତା ଅନଲାଇନରେ ନିଃଶୁକ୍ଳ ଖୋଲି ପାରିବେ ଏବଂ ପରିଚାଳନା କରିବେ । ସେହିପରି ଲୋକପାଳ ଯୋଜନାରେ ଗ୍ରାହକମାନେ ଅଭିଯୋଗ ଦାଖଲ କରିବା, ଦସ୍ତାବିଜ ଜମା କରିବା, ଷ୍ଟାଟସ ଟ୍ରାକ କରିବା ଏବଂ ଫିଡବ୍ୟାକ ଦେଇ ପାରିବେ। ଅଭିଯୋଗ ଦାଖଲ କରିବା ଓ ସମାଧାନ ପାଇଁ ମଧ୍ୟ ଟୋଲ ଫ୍ରି ନମ୍ବର ଜାରି ହୋଇଛି । ଆରବିଆଇ ଦ୍ବାରା ନିୟନ୍ତ୍ରିତ ସଂସ୍ଥାଗୁଡିକ ବିରୁଦ୍ଧରେ ଅଭିଯୋଗ ପାଇଁ ଏହି ଯୋଜନା ଉଦ୍ଧିଷ୍ଟ।

Get real time updates directly on you device, subscribe now.