fbpx

ଘରର ଛାତ ଉପରେ ଉଡ଼ିଲା ପାକିସ୍ତାନୀ ପତାକା, ଦେଶଦ୍ରୋହ ଅପରାଧରେ ୪ ଅଟକ

AAKASH

ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ଜଣେ ବ୍ୟକ୍ତିଙ୍କ ଛାତ ଉପରେ ପାକିସ୍ତାନୀ ପତାକା ଦେଖିବାକୁ ମିଳିଛି । ଗତ ୧୦ ତାରିଖରେ ଚୌରୀଚୌରା ଅଞ୍ଚଳର ମୁନ୍ଦ୍ରା ବଜାରର ୧୦ନଂ ୱାର୍ଡରେ ଏହି ଘଟଣା ଦେଖିବାକୁ ମିଳିଥିଲା । ପାକିସ୍ତାନୀ ପତାକା ତଳେ କିଛି ବ୍ୟକ୍ତି ଏକତ୍ରିତ ହୋଇଥିବା ଏକ ଭିଡିଓକୁ ନେଇ ପୋଲିସରେ ଅଭିଯୋଗ ହୋଇଥିଲା । ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ), ବିଶ୍ୱ ହିନ୍ଦୁ ପରିଷଦ (ଭିଏଚପି) ଓ ବ୍ରାହ୍ମଣ ଜନ କଲ୍ୟାଣ ସମିତି ଏହାକୁ ନେଇ ଅଭିଯୋଗ ଦାଖଲ କରିଥିଲେ । ତେବେ ଏହି ଘଟଣା ପରେ ଦେଶଦ୍ରୋହ ଅପରାଧରେ ୪ ଜଣଙ୍କୁ ଅଟକ ରଖାଯାଇଥିବା ନେଇ ଗୋରଖପୁର ପୋଲିସ ଟ୍ୱିଟ୍ କରି ଜଣାଇଛି ।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ପତାକା ଜବତ କରିବା ସହ ୩ଟି ଟିମ୍ ଗଠନ କରି ଘଟଣାର ତଦନ୍ତ ଆରମ୍ଭ କରିଦେଇଛି । ଅଟକ ଚାରିଜଣ ଅପରାଧୀ ହେଉଛନ୍ତି ତଲିମ, ପପୁ, ଆସିକ୍ ଓ ଆରିଫ୍ । ତେବେ ଏହି ପତାକା ଇସଲାମର ପ୍ରତୀକ ହୋଇଥିଲେ ହେଁ ପାକିସ୍ତାନ ସହ ତାଙ୍କର କୌଣସି ସମ୍ପର୍କ ନଥିବା ଉକ୍ତ ଘରର ମାଲିକ ପୋଲିସକୁ କହିଛନ୍ତି । ଉକ୍ତ ଘର ଉପରକୁ ପଥର ମାଡ଼ କରିଥିବା ବ୍ୟକ୍ତିଙ୍କ ବିରୋଧରେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ବେଳେ ଦୋଷୀଙ୍କ ବିରୋଧରେ କଡ଼ା ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଗୋରଖପୁର ଏସପି।

Get real time updates directly on you device, subscribe now.