fbpx
BSKY
BJD SHG SKY
BJD YOUTH SKY

ପୋଲିସଠୁ ଫୋନ୍ ଛଡ଼ାଇ ନେଲେ ଚୋର; ଆଣିବା ବେଳେ ଫୋଡ଼ିଦେଲେ ନିଶା ଇଞ୍ଜେକ୍ସନ

ମୁମ୍ବାଇ: ମହାରାଷ୍ଟ୍ରର ମୁମ୍ବାଇରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କିଛି ଦୁର୍ବୃତ୍ତ ବିଷ ଇଞ୍ଜେକ୍ସନ ଦେବାରୁ ମୁମ୍ବାଇ ପୋଲିସର ଜଣେ କନଷ୍ଟେବଳ ବିଶାଲ ପାୱାର(୩୦)ଙ୍କ ମୃତ୍ୟୁ ଘଟିଛି। ପୋଲିସ ଅଜ୍ଞାତ ଦୁର୍ବୃତ୍ତଙ୍କ ବିରୋଧରେ ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଛି। ଏପ୍ରିଲ ୨୮ ତାରିଖ ରାତି ପ୍ରାୟ ସାଢ଼େ ୯ଟା ବେଳେ ଏହି ଘଟଣା ଘଟିଥିଲା ବୋଲି ଜଣେ ପୁଲିସ ଅଧିକାରୀ କହିଛନ୍ତି। ପାୱାର ସାଦା ପୋଷାକରେ ଏକ ଲୋକାଲ ଟ୍ରେନରେ ଡ୍ୟୁଟି କୁ ଯାଉଥିଲେ। ପାୱାର ଏକ ଲୋକାଲ ଟ୍ରେନର କବାଟ ନିକଟରେ ଠିଆ ହୋଇ ଫୋନରେ କଥା ହେଉଥିବା ବେଳେ ହଠାତ୍ ଅଭିଯୁକ୍ତମାନେ ତାଙ୍କ ହାତରେ ଆକ୍ରମଣ କରିଥିଲେ। ଫଳରେ ତାଙ୍କ ମୋବାଇଲ୍ ଫୋନ୍ ତଳକୁ ଖସି ପଡ଼ିଥିଲା। ଅଭିଯୁକ୍ତମାନଙ୍କ ମଧ୍ୟରୁ ଜଣେ ଫୋନ୍ ଉଠାଇ ଟ୍ରାକ୍ ମଧ୍ୟରେ ଦୌଡ଼ିବାକୁ ଲାଗିଥିଲେ। ତେବେ ଟ୍ରେନ୍ ଟି ଧୀରେ କିଛି ଦୂର ଯିବା ପରେ ତାଙ୍କୁ କିଛି ନିଶାଗ୍ରସ୍ତ ବ୍ୟକ୍ତି ଘେରି ଯାଇଥିଲେ ଏବଂ ସେମାନଙ୍କ ମଧ୍ୟରେ ଧସ୍ତାଧସ୍ତି ଆରମ୍ଭ ହୋଇଥିଲା।

ଏହି ସମୟରେ ଜଣେ ଅଭିଯୁକ୍ତ କନଷ୍ଟେବଳଙ୍କ ପିଠିରେ ବିଷାକ୍ତ ପଦାର୍ଥ ଇଞ୍ଜେକ୍ସନ ଦେଇଥିଲେ। ପାୱାରଙ୍କୁ ଅନ୍ୟ ଅଭିଯୁକ୍ତମାନେ ଧରିଥିଲେ ଏବଂ ତାଙ୍କ ପାଟିରେ ଏକ ଲାଲ ତରଳ ପଦାର୍ଥ ଢାଳି ଦିଆଯାଇଥିଲା, ଯାହା ତାଙ୍କୁ ଅଚେତ କରିଦେଇଥିଲା। ପରଦିନ ସକାଳେ ସେ ଚେତା ଫେରି ଘରକୁ ଫେରିବାରେ ସକ୍ଷମ ହୋଇଥିଲେ। କିନ୍ତୁ ଅବସ୍ଥା ସଙ୍କଟାପନ୍ନ ହେବାରୁ ପରିବାର ଲୋକେ ତାଙ୍କୁ ଥାନେ ସହରର ଏକ ଡାକ୍ତରଖାନାକୁ ନେଇଥିଲେ। କୋପ୍ରି ପୋଲିସ ଷ୍ଟେସନର ଅଧିକାରୀମାନେ ପାୱାରଙ୍କ ବୟାନ ରେକର୍ଡ କରିଥିଲେ ଏବଂ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ଏକ ମାମଲା ରୁଜୁ କରିଥିଲେ। ପରେ ଏହି ମାମଲାକୁ ଦାଦର ଜିଆରପିକୁ ହସ୍ତାନ୍ତର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ପାୱାରଙ୍କ ସ୍ୱାସ୍ଥ୍ୟାବସ୍ଥା ଆହୁରି ଖରାପ ହୋଇଥିଲା ଏବଂ ବୁଧବାର ତାଙ୍କର ମୃତ୍ୟୁ ଘଟିଥିଲା। ଘଟଣାର ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତଙ୍କୁ ଧରିବା ପାଇଁ ଏକାଧିକ ଟିମ୍ ଗଠନ କରିଛି ଜିଆରପି।

Get real time updates directly on you device, subscribe now.