fbpx
BJD SKY
BJD SKY

ସିନେମା ଇତିହାସରେ ଯାହା କେବେ ହୋଇନଥିଲା ତାହା ପ୍ରଭାସ-ଦୀପିକାଙ୍କ ଫିଲ୍ମ ‘Kalki 2898 AD’ରେ ହେବାକୁ ଯାଉଛି

BJD

ମୁମ୍ୱାଇ: ସାଉଥ୍ ଇଣ୍ଡିଆ ସୁପରଷ୍ଟାର ପ୍ରଭାସ ଏବଂ ଦୀପିକା ପାଦୁକୋନଙ୍କ ଅଭିନୀତ ଫିଲ୍ମ ‘କଲ୍କି ୨୮୯୮ ଏଡି’ର ରିଲିଜକୁ ଅପେକ୍ଷା କରିଛନ୍ତି ସିନେପ୍ରେମି। ପ୍ରତିଦିନ ଫିଲ୍ମ ସହ ଜଡିତ ଅପଡେଟ୍ ସାମ୍ନାକୁ ଆସୁଛି । ଏଥିସହ ଦର୍ଶକଙ୍କ ମନରେ କିପରି ଅଧିକ ଉତ୍ସାହ ସୃଷ୍ଟିହେବ ସେଥି ପାଇଁ ଫିଲ୍ମର ନିର୍ମାତା ଷ୍ଟାରମାନଙ୍କ ଲୁକ୍ ସେୟାର କରୁଥିବା ଦେଖିବାକୁ ମିଳୁଛି। ନିକଟରେ ନିର୍ମାତା ଅମିତାଭ ବଚ୍ଚନଙ୍କ ପ୍ରଥମ ଝଲକ ଦେଖାଇ ଦର୍ଶକଙ୍କୁ ଖୁସି କରିଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ନିର୍ମାତା ଏହାକୁ ସାଇନ୍ସ ଫିକ୍ସନ ଫିଲ୍ମ ଭାବେ ପ୍ରମୋଟ କରୁଥିଲେ।

କିନ୍ତୁ ‘କଲ୍କି ୨୮୯୮ ଏଡି’ର ପ୍ରଥମ ଝଲକରେ ଅମିତାଭ ବଚ୍ଚନଙ୍କୁ ଅଶ୍ୱତ୍ଥାମା ଭୂମିକାରେ ଦେଖି ଲୋକେ ଏବେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଯାହା ପରେ ପ୍ରଭାସଙ୍କ ଏହି ଫିଲ୍ମ ସାଇନ୍ସ ଫିକ୍ସନ ଏବଂ ମିଥୋଲୋଜିର ମିଶ୍ରଣ ହେବ ବୋଲି ଅନୁମାନ କରାଯାଉଛି। ‘ମାଇଁ ଡିୟର ଡୋଙ୍ଗା’ର ନିର୍ଦ୍ଦେଶକ ସର୍ବଜ୍ଞା କୁମାର ପ୍ରଭାସଙ୍କ ଫିଲ୍ମକୁ ନେଇ ଏକ ବଡ ବୟାନ ଦେଇଛନ୍ତି, ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି ।

ସେ କହନ୍ତି, “ମୁଁ ‘କଲ୍କି ୨୮୯୮ ଏଡି’ରେ ଅତିରିକ୍ତ ଲେଖକ ଭାବରେ କାମ କରିଛି। ମୁଁ ଏହା ବିଷୟରେ କିଛି ପ୍ରକାଶ କରିପାରିବି ନାହିଁ, କିନ୍ତୁ ମୁଁ କେବଳ କହିପାରିବି ଯେ ଚଳଚ୍ଚିତ୍ରରେ ଏକ ନିଆରା ଧାରଣା ରହିବ। ଯାହା ପୂର୍ବରୁ କେହି କରିବାକୁ ଚେଷ୍ଟା କରିନଥିଲେ,” କହିଛନ୍ତି ସର୍ବଜ୍ଞାନ କୁମାରଙ୍କ ବୟାନ ପରେ ଏବେ ଫିଲ୍ମରୁ ପ୍ରଶଂସକଙ୍କ ଆଶା ଆହୁରି ବଢିଯାଇଛି । ଏପର୍ଯ୍ୟନ୍ତ ଦେଖିବାକୁ ମିଳିନଥିବା ଏହି ଫିଲ୍ମରେ କ’ଣ ହେବ ବୋଲି ସମସ୍ତେ ଚିନ୍ତା କରୁଛନ୍ତି।

Get real time updates directly on you device, subscribe now.