fbpx
BSKY
BJD SHG SKY
BJD YOUTH SKY

ଡାଇବେଟିସ୍ ରୋଗୀଙ୍କ ପାଇଁ ବିପଦ ଏହି ଫଳ, ଖରା ଦିନେ ସେବନ କରୁଥିଲେ ହୋଇଯାଆନ୍ତୁ ସାବଧାନ

ଓଡ଼ିଶା ଭାସ୍କର: ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଅସନ୍ତୁଳିତ ଖାଦ୍ୟପେୟ ଏବଂ ଜୀବନଶୈଳୀରେ ପରିବର୍ତ୍ତନ କାରଣରୁ ଅନେକ ସ୍ୱାସ୍ଥ୍ୟ ସମସ୍ୟା ବୃଦ୍ଧି ପାଇଥାଏ । ଏମିତିରେ ଡାଇବେଟିସ୍ ଏକ ସାଧାରଣ ରୋଗ ଭାବେ ଉଭା ହୋଇଛି । ଡାଇବେଟିସ୍ ରୋଗୀଙ୍କୁ ନିଜ ଖାଦ୍ୟପେୟର ବିଶେଷ ଧ୍ୟାନ ରଖିବା ଉଚିତ ନଚେତ ରକ୍ତ ଶର୍କରା ସ୍ତର ବୃଦ୍ଧି ହେବା, ଅନିୟନ୍ତ୍ରିତ ରକ୍ତଚାପ ଭଳି ସମସ୍ୟା ଉପୁଜିପାରେ । ଏହା ସହ କିଡନୀ, ଯକୃତ ଏବଂ ହୃଦରୋଗ ହେବାର ଆଶଙ୍କା ବୃଦ୍ଧି ପାଇଥାଏ । ଗ୍ରୀଷ୍ମ ଋତୁରେ ଶରୀରକୁ ହାଇଡ୍ରେଟ୍ ରଖିବା ପାଇଁ ଅଧିକାଂଶ ଲୋକମାନେ ଫଳାହାର କରିଥାନ୍ତି । କିନ୍ତୁ ଏପରି କିଛି ଫଳ ରହିଛି ଯାହା ଡାଇବେଟିସ୍ ରୋଗୀ ଅଧିକ ମାତ୍ରାରେ ସେବନ କରିବା ଉଚିତ ନୁହେଁ ।

୧. ତରଭୁଜ: ତରଭୁଜରେ ଅଧିକ ମାତ୍ରାରେ ଜଳୀୟ ଅଂଶ ରହିଥାଏ । ତେଣୁ ଏହା ଶରୀରକୁ ହାଇଡ୍ରେଟ୍ ରଖିବାରେ ସହାୟକ ହୋଇଥାଏ । ଏହା ଏସିଡିଟିକୁ ମଧ୍ୟ ନିୟନ୍ତ୍ରଣରେ ରଖିଥାଏ । ତରଭୁଜରେ ଚିନିର ମାତ୍ରା ଅଧିକ ଥିବାରୁ ଡାଇବେଟିସ୍ ରୋଗୀଙ୍କ ରକ୍ତଶର୍କରା ସ୍ତର ବୃଦ୍ଧି ହେବାର ଆଶଙ୍କା ଦେଖାଦେଇଥାଏ । ତେଣୁ ଡାଇବେଟିସ୍ ରୋଗୀଙ୍କୁ କମ୍ ମାତ୍ରାରେ ତରଭୁଜ ସେବନ କରିବା ଉଚିତ । ଏହା ବ୍ୟତୀତ ଆପଣ ଡାଏଟ୍ ଚାର୍ଟରେ ଚିନିର ମାତ୍ରାକୁ ଆଡଜଷ୍ଟ କରିପାରିବେ ।

୨. ଆମ୍ବ: ଆମ୍ବକୁ ଫଳର ରାଜା ବୋଲି ବିବେଚିତ କରାଯାଇଛି । ଅଧିକାଂଶ ଲୋକମାନେ ଆମ୍ବ ଖାଇବାକୁ ଭଲ ପାଇଥାନ୍ତି । ଆମ୍ବକୁ ଜୁସ, ଶେକ୍‌, ସାଲାଡ୍ ଇତ୍ୟାଦି ଭାବେ ସେବନ କରିଥାନ୍ତି । ଆମ୍ବରେ ଶର୍କରା ଏବଂ କାର୍ବୋହାଇଡ୍ରେଟର ମାତ୍ରା ଅଧିକ ରହିଛି । ତେଣୁ ଡାଇବେଟିସ ରୋଗୀଙ୍କୁ ଅଳ୍ପ ମାତ୍ରାରେ ଆମ୍ବର ସେବନ କରିବା ଉଚିତ । ନଚେତ ଏହା ରକ୍ତ ଶର୍କରା ସ୍ତର ବୃଦ୍ଧି କରିଥାଏ ।

୩. କଦଳୀ: କଦଳୀରେ ମଧ୍ୟ ଶର୍କରା ଏବଂ କାର୍ବୋହାଇଡ୍ରେଟର ମାତ୍ରା ଅଧିକ ରହିଥାଏ । ଡାଇବେଟିସ୍ ରୋଗୀ ଅତ୍ୟାଧିକ ମାତ୍ରାରେ କଦଳୀ ସେବନ କରିବା ଦ୍ୱାରା ରକ୍ତଶର୍କରା ସ୍ତର ଅନିୟନ୍ତ୍ରିତ ରହିଥାଏ ।

୪. ସପୁରୀ: ଖଟା ମିଠା ଫଳ ଭାବେ ପରିଚିତ ସପୁରୀ । ଏଥିରେ ଅଧିକ ମାତ୍ରାରେ କାର୍ବୋହାଇଡ୍ରେଟ୍ ରହିଛି । ୧୦୦ ଗ୍ରାମ ସପୁରୀରେ ପ୍ରାୟ ୧୩.୧ ଗ୍ରାମ କାର୍ବୋହାଇଡ୍ରେଟ୍ ରହିଛି । ତେଣୁ ଯେତେଦୂର ସମ୍ଭବ ଡାଇବେଟିସ୍ ରୋଗୀଙ୍କୁ ସପୁରୀର ସେବନ କମ୍ କରିବା ଉଚିତ ।

 

Get real time updates directly on you device, subscribe now.