fbpx

ଚଳିତ ବର୍ଷ ଭୁବନେଶ୍ୱରରେ ହେବନି ବାଲିଯାତ୍ରା

ଭୁବନେଶ୍ୱର: ଚଳିତ ବର୍ଷ ଭୁବନେଶ୍ୱରରେ ହେବନି ବାଲିଯାତ୍ରା । ଏନେଇ ଭୁବନେଶ୍ୱର ଡସିପି ଉମାଶଙ୍କର ଦାସଙ୍କ ସୂଚନା । କମିଶନରେଟ ପୋଲିସ ପକ୍ଷରୁ ଭୁବନେଶ୍ୱର ବାଲିଯାତ୍ରାକୁ ଅନୁମତି ଦିଆଯାଇନାହିଁ । ନଭେମ୍ବର ଗାଇଡଲାଇନ ଅପୁଯାୟୀ ମେଳା କିମ୍ବା ଯାତ୍ରା ପାଇଁ ଅନୁମତି ମିଳିନି ।

ସୂଚନାଯୋଗ୍ୟ, ଦୀର୍ଘ ଦୁଇ ବର୍ଷ ଧରି କରୋନା ମହାମାରୀ କାରଣରୁ ମେଳା କିମ୍ବା ଯାତ୍ରା ସମୟରେ ଜନସମାଗମ ଯୋଗୁଁ କରୋନା ସଂକ୍ରମଣ ବଢ଼ିବାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି । ପୂର୍ବରୁ ଐତିହାସିକ କଟକ ବାଲିଯାତ୍ରାକୁ ମଧ୍ୟ ଏବର୍ଷ ବନ୍ଦ କରାଯାଇଛି ।

Get real time updates directly on you device, subscribe now.