ବିବାହ ପାଇଁ ଏମିତି ପ୍ରପୋଜ କଲେ ରାଜକୁମାର, ଦେଖନ୍ତୁ ଭିଡିଓ…

ବଲିଉଡ ଅଭିନେତା ରାଜକୁମାର ରାଓ ଏବଂ ପତ୍ରଲେଖାଙ୍କ ବିବାହ ଉତ୍ସବ ଆରମ୍ଭ ହୋଇଛି । ବିବାହ ସେରିମୋନିର ଫୋଟୋ ଏବଂ ଭିଡିଓ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି । ଉଭୟ ଚଣ୍ଡୀଗଡ଼ରେ ବିବାହ କରୁବାକୁ ଯାଉଛନ୍ତି । ତିନି ଦିନର ଏହି ସେଲିବ୍ରେସନରେ ସାମିଲ ହେବା ପାଇଁ ଉଭୟଙ୍କର ନିକଟ ସମ୍ପର୍କୀୟମାନେ ପହଞ୍ଚିଛନ୍ତି । ୧୩ ନଭେମ୍ବର ବିଳମ୍ବିତ ରାତିରେ କିଛି ଭିଡିଓ ସାମ୍ନାକୁ ଆସିଛି । ଭିଡିଓରେ ରାଜକୁମାର ରାଓ ପତ୍ରଲେଖାଙ୍କୁ ଆଣ୍ଠୁମାଡ଼ି ପ୍ରପୋଜ କରୁଛନ୍ତି । ଉଭୟ ଦୁହେଁ ଦୁହିଁଙ୍କୁ ମୁଦି ପିନ୍ଧାଇବା ସହ ଡାନ୍ସ ମଧ୍ୟ କରିଥିଲେ । ରବିବାର ସେମାନେ ବିବାହ କରିବାକୁ ଯାଉଛନ୍ତି ।

ଭିଡିଓରେ ରାଜକୁମାର ଆଣ୍ଠୁମାଡ଼ି ପତ୍ରଲେଖାଙ୍କୁ ବିବାହ ପାଇଁ ପ୍ରପୋଜ କରିଥିଲେ, ଯାହାର ଉତ୍ତରରେ ପତ୍ରଲେଖା ମଧ୍ୟ ବୋଲି କହିଥିଲେ ଏବଂ ଏହାପରେ ପ୍ରଥମେ ପ୍ରତ୍ରଲେଖା ରାଜକୁମାରଙ୍କୁ ମୁଦି ପିନ୍ଧାଇଥିଲେ ପରେ ରାଜକୁମାର ତାଙ୍କୁ ମୁଦି ପିନ୍ଧାଇଥିଲେ । ଉଭୟ ଏହାପରେ ଡାନ୍ସ ମଧ୍ୟ କରିଥିଲେ ତେବେ ଏହି ସୁନ୍ଦର ଯୋଡ଼ିଙ୍କ ବିବାହ ଉତ୍ସବର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

ରାଜକୁମାର ରାଓ ଏବଂ ପତ୍ରଲେଖା ପରସ୍ପରକୁ ୧୦ ବର୍ଷ ଧରି ଜାଣିଛନ୍ତି । ଉଭୟ ସେମାନଙ୍କ ସମ୍ପର୍କକୁ ଲୁଚାଇନଥିଲେ । ପ୍ରଥମ ଥର ପତ୍ରଲେଖା ଏବଂ ରାଜକୁମାର ୨୦୧୦ରେ ‘ଲଭ ସେକ୍ସ ଔର ଧୋକା’ ଫିଲ୍ମର ସୁଟିଂ ସେଟରେ ଭେଟିଥିଲେ । ଏହାପରେ ସେମାନେ ‘ସିଟି ଲାଇଟ୍ସ’ ରେ ଏକାସାଥିରେ କାମ କରିଥିଲେ ଏବଂ ଏହାପରେ ସେମାନଙ୍କ ମଧ୍ୟରେ ଗଢ଼ିଉଠିଥିଲା ପ୍ରେମ ସଂପର୍କ । ରାଜୁକମାର ରାଓଙ୍କ ଫ୍ୟାନ ଲମ୍ବା ସମୟ ଧରି ସେମାନଙ୍କ ବିବାହକୁ ନେଇ ଅପେକ୍ଷା କରି ରହିଥିଲେ । ଏହା ପୂର୍ବରୁ ମଧ୍ୟ ସେମାନଙ୍କ ବିବାହ ଖବର ସାମ୍ନାକୁ ଆସିଥିଲା ।

 

View this post on Instagram

 

A post shared by Viral Bhayani (@viralbhayani)