fbpx

କେକ୍ ଛଡେଇ ନେଲ… ଏବେ ମୁଁ ୱାର୍ଲ୍ଡ କପ୍ ଛଡେଇ ନେଲି: ଦେଖନ୍ତୁ ପାକିସ୍ତାନ ଡ୍ରେସିଂ ରୁମର ଭାଇରାଲ ଭିଡିଓ

ନୂଆଦିଲ୍ଲୀ: ପାକିସ୍ତାନର ବିଶ୍ୱ କପ ପରାଜୟ ପରେ ପାକିସ୍ତାନ ଡ୍ରେସିଂ ରୁମର ଏକ ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି । ଏହା ସହିତ ସୋସିଆଲ ମିଡିଆରେ ଏହାକୁ ନେଇ ବହୁତ ସାରା ମିମ ମଧ୍ୟ ବନିଥିଲା । ପାକିସ୍ତାନ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ସେମି ଫାଇନାଲ ମୁକାବିଲାରେ ଅନ୍ତିମ ଦୁଇ ଓଭରରୁ ଆବଶ୍ୟକ ଥିଲା ୨୨ ରନ୍ । ୫ ୱିକେଟ ପଡି ସାରିଥିବା ବେଳେ ବିଜୟ ଅସମ୍ଭବ ଲାଗୁଥିଲା । ୧୯ ତମ ଓଭର ବୋଲିଂ କରିଥିଲେ ଶାହିନ ଆଫ୍ରିଦି । ପ୍ରଥମ ବଲରେ କ୍ୟାଚ ସମ୍ଭାବନା ସୃଷ୍ଟି ହୋଇଥିଲେ ମଧ୍ୟ ଏହାକୁ ହାତଛଡା କରିଥିଲେ ହସନ ଅଲି । ଏହାପରେ ହ୍ୟାଟ୍ରିକ ଛକା ମାରି ଦଳକୁ ଫାଇନାଲରେ ପହଞ୍ଚାଇଥିଲେ ମାଥ୍ୟୁ ୱେଡ୍ । ଏହି ଘଟଣା ପରେ ହସନ ଅଲୀଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ କରାଯାଇଥିଲା । ଟ୍ରୋଲ କରାଯାଉଥିବା ସମୟରେ ପାକିସ୍ତାନ ଡ୍ରେସିଂ ରୁମର ଏକ ଜନ୍ମଦିନ ପାଳନ ଭାଇରାଲ ହୋଇଥିଲା ।

ଶଦାବ ଖାନଙ୍କ ଜନ୍ମଦିନ ପାଳନ ସମୟରେ ଏହି ଭିଡିଓଟି ଶୁଟ କରାଯାଇଥିଲା । ଭିଡିଓରେ କେକ୍ କଟା ସରିବା ପରର ଦୃଶ୍ୟ ରହୁଥିଲା । ହସନ ଅଲୀଙ୍କୁ ଶଦାବ ଖାନ କେକ୍ ଖୁଆଇ ବାକୁ ଯାଉଥିବା ବେଳେ ଶଦାବଙ୍କୁ ମୁହଁରେ କେକ ବୋଳିଥିଲେ ଶାହିନ ଆଫ୍ରିଦି । ହସନ ଅଲୀ ପାଟି ଖୋଲିଥିଲେ ମଧ୍ୟ କେକ୍ ଖାଇ ପାରିନଥିଲେ । ଏହି ଭିଡିଓ ଭାଇରାଲ ହେବା ପରେ କେକର ରାଗ କ୍ୟାଚରେ ଶୁଝେଇ ଦେଲେ ବୋଲି ସୋସିଆଲ ମିଡିଆରେ ଲେଖା ଯାଇଥିଲା । ଭାଇପର ନାମକ ବ୍ୟବହାରକାରୀ ଲେଖିଥିଲେ ତୁମେ କେକ୍ ଛଡେଇ ନେଲ ସେ ଏବେ ତୁମଠାରୁ ବିଶ୍ୱକପ ଛଡାଇ ନେଲେ । ସାତି ନାମକ ଜଣେ ବ୍ୟବହାରକାରୀ ଲେଖିଥିଲେ କ୍ୟାଚ ଛାଡିବା ପରେ ଏବେ ହସନ ଅଲୀ ଏବଂ ଶହିନ ଆଫ୍ରିଦିଙ୍କ ସ୍କୋର ଏବେ ସମାନ ହୋଇଗଲା । ଭୋକିଲା ଲୋକର ଖାଇବା ଛଡେଇଲେ ସେ ଏମିତି ହିଁ କରିବ ବୋଲି ଆଉଜଣେ ବ୍ୟବହାରକାରୀ ଲେଖିଛନ୍ତି ।

Get real time updates directly on you device, subscribe now.