fbpx

ବ୍ରେକଅପ୍ କରିବାକୁ ମୋତେ ବହୁତ ଭଲ ଲାଗେ, ମୁଁ ୩ ଜଣ ପାର୍ଟନରଙ୍କୁ ଧୋକ୍କା ଦେଇ ସାରିଛି

ନୂଆଦିଲ୍ଲୀ: ଯିଏ ହୃଦୟର ସହ ପ୍ରକୃତ ପ୍ରେମ କରିଥିବ, ସେ ହିଁ ବୁଝିଥିବ ବ୍ରେକଅପର ଯନ୍ତ୍ରଣା କେତେ । ଆଜିକାଲି ଅଧିକାଂଶ ରିଲେସନସିପରେ ବ୍ରେକଅପ୍ ଏକ ସାଧାରଣ କଥା ହୋଇଗଲାଣି । ଜଣଙ୍କ ପରେ ଆଉ ଜଣଙ୍କୁ ପ୍ରେମ କରି ବ୍ରେକଅପ୍ କରିବା ଏକ ଟ୍ରେଣ୍ଡରେ ପରିଣତ ହୋଇଗଲାଣି । ତେବେ ବ୍ରେକଅପକୁ ନେଇ ଅଷ୍ଟ୍ରେଲିଆର ଜଣେ ମଡେଲ ନିଜର କାହାଣୀ ଉପସ୍ଥାପନ କରିଛନ୍ତି । ବ୍ରେକଅପ କରିବାକୁ ତାଙ୍କୁ ବହୁତ ଭଲ ଲାଗେ ବୋଲି ମଡେଲ ଜଣଙ୍କ କହିଛନ୍ତି ।

ଅଷ୍ଟ୍ରେଲିଆର ସିଡନୀରେ ରହୁଥିବା କନିକା ବତ୍ରା କହିଛନ୍ତି ଯେ, ବ୍ରେକଅପ କରିବାକୁ ତାଙ୍କୁ ବହୁତ ଭଲ ଲାଗେ । ଏହି ୨୬ ବର୍ଷୀୟା ମଡେଲ ନିଜର ୩ ଜଣ ପାର୍ଟନରଙ୍କୁ ଧୋକ୍କା ଦେଇ ସାରିଛନ୍ତି । ଧୋକ୍କା ଦେବା ପରେ ବି ସେ ବହୁତ ଖୁସିରେ ରହିପାରୁଛନ୍ତି ବୋଲି କହିଛନ୍ତି । ବାସ୍ତବ କଥା ହେଉଛି, କନିକା ଏକ ଅଜବ ରୋଗରେ ଆକ୍ରାନ୍ତ ଅଛନ୍ତି । ସେଥିପାଇଁ ତାଙ୍କୁ ବ୍ରେକଅପ କରିବାକୁ ଭଲ ଲାଗିଥାଏ । ଏହି ବିମାରୀର ଉପଚାର ପାଇଁ ସେ ଅନେକ ଡାକ୍ତରଙ୍କ ସହ ପରାମର୍ଶ କରିସାରିଛନ୍ତି । ତାଙ୍କ ଶରୀରରେ ଆଣ୍ଟି ସୋସିଆଲ ପର୍ସନାଲିଟି ଡିସଅର୍ଡର ରହିଥିବାରୁ ତାଙ୍କର ବ୍ରେନ ସ୍ଥିର ରହେ ନାହିଁ । ଏହି ରୋଗରେ ଆକ୍ରାନ୍ତ ଥିବା ଲୋକମାନେ ସର୍ବଦା କିଛି କରିବା ପାଇଁ ତୀବ୍ର ଇଚ୍ଛା ପ୍ରକଟ କରିଥାନ୍ତି । ତେବେ ଏପରି ‘ଦିଲ ତୋଡ଼ନେ ୱାଲି’ ବିମାରୀ ବିଷୟରେ ଯଦି କିଏ ପ୍ରଥମ ଥର ପାଇଁ ଶୁଣିବ, ସେ ଚକିତ ହେବା ଅବଶ୍ୟମ୍ଭାମୀ ।

Get real time updates directly on you device, subscribe now.