fbpx

ଜଣେ ନିରୀହ ନାବାଳିକଙ୍କୁ ଦୁଷ୍କର୍ମ କରିଛନ୍ତି ଶହ ଶହ ଲୋକ: ପୋଲିସ ବି ରହିଛି ସାମିଲ୍, କେବେ ମିଳିବ ନ୍ୟାୟ?

ନୂଆଦିଲ୍ଲୀ: ମହାରାଷ୍ଟ୍ରର ବୀଡ ଜିଲ୍ଲାରୁ ଏକ ଲଜ୍ଜାଜନକ ଦୁଷ୍କର୍ମ ମାମଲା ସାମନାକୁ ଆସିଛି । ତେବେ ଏହି ଲୋମଟାଙ୍କୁରା ଘଟଣାରେ ୪୦୦ ଲୋକ ସାମିଲ ଥିବା ଜଣାପଡ଼ିଛି । ଉକ୍ତ ନାବାଳିକଙ୍କୁ ୬ ମାସ ଧରି ଏହି ଯୌନ ରାକ୍ଷସମାନେ ଦୁଷ୍କର୍ମ କରିଆସୁଥିଲେ । ଏହି ମାମଲା ବିଷୟରେ ଜାଣିବା ପରେ ପୋଲିସର ମୁଣ୍ଡ ମଧ୍ୟ ଖରାପ ହୋଇଯାଇଥିଲା । ତେବେ ଏହି ମାମଲାରେ ପୋଲିସ ୩ ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟମାନଙ୍କୁ ଧରିବା ପାଇଁ ତଦନ୍ତ ଜାରି ରହିଥିବା କହିଛନ୍ତି ଏସପି ରାଜା ରାମାସ୍ୱାମୀ ।

ଏସପି ଶ୍ରୀ ରାମାସ୍ୱାମୀ କହିଛନ୍ତି ଯେ, ଏହି ଦୁର୍ଷ୍କମ ମାମଲା ଦୀର୍ଘ ୬ ମାସ ଧରି ଚାଲିଆସୁଥିଲା । ୪୦୦ ଲୋକ ୧୬ ବର୍ଷୀୟା ନାବାଳିକାଙ୍କୁ ନିର୍ଦ୍ଦୟ ଭାବେ ଦୁର୍ଷ୍କମ କରିଛନ୍ତି । ତେବେ ଉକ୍ତ ନାବାଳିକାଙ୍କ ଜଣଙ୍କ ବିବାହିତା ହୋଇଥିବା ବେଳେ ବର୍ତ୍ତମାନ ଗର୍ଭବତୀ ଅଛନ୍ତି । ପୀଡ଼ିତାଙ୍କ ଅଭିଯୋଗକୁ ଆଧାର କରି ଚାଇଲ୍ଡ ମ୍ୟାରେଜ ଆକ୍ଟ, ରେପ୍, ମୋଲେଷ୍ଟସନ ଆଣ୍ଡ ପୋକସୋ ଆଦି ମାମଲା ଦାୟର କରାଯାଇଥିବା ଏସପି କହିଛନ୍ତି । ତେବେ ପୂର୍ବରୁ ଅନେକ ଥର ନାବାଳିକା ଥାନାକୁ ଯିବାକୁ ଚେଷ୍ଟା କରିଥିଲେ ହେଁ ପୋଲିସ ତାଙ୍କର ପିଛା କରିଆସୁଥିଲା । ଅଭିଯୋଗ ଶୁଣିବା ପରେ ମଧ୍ୟ ଅଭିଯୁକ୍ତଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା । ଜଣେ ପୋଲିସ କର୍ମଚାରୀ ମଧ୍ୟ ନାବାଳିକାଙ୍କୁ ଯୌନ ପ୍ରତାଡ଼ିତ କରିଥିବା ବିଷୟରେ ନାବାଳିକା ଜଣକ ବାଳ କଲ୍ୟାଣ ସମିତିର ପ୍ରଥମ ଶ୍ରେଣୀ ମାଜିଷ୍ଟ୍ରେଟଙ୍କ ଆଗରେ ବୟାନ ଦେଇଛନ୍ତି ।

Get real time updates directly on you device, subscribe now.