fbpx

Crypto Currency ଉପରେ ଲାଗିବନି ରୋକ୍: ଖୁବ୍ ଶୀଘ୍ର ଗାଇଡ ଲାଇନ ନେଇ ସଂସଦୀୟ କମିଟିର ନିଷ୍ପତ୍ତି

ନୂଆଦିଲ୍ଲୀ: ଦେଶରେ କ୍ରିପ୍ଟୋ କରେନ୍ସିର ବ୍ୟବହାରକୁ ନେଇ ଆସିଛି ବଡ ନିଷ୍ପତ୍ତି । ଦେଶରେ ଏହି କ୍ରିପ୍ଟୋ କରେନ୍ସିକୁ ଅବୈଧ ବୋଲି ଘୋଷଣା କରାଯିବାର ସମ୍ଭାବନା ମଧ୍ୟ ସୃଷ୍ଟି ହୋଇଥିଲା । ତେବେ ସୋମବାରର ସଂସଦୀୟ କମିଟି ବୈଠକ ପରେ କ୍ରିପ୍ଟୋକୁ ବନ୍ଦ କରିବା ଅସମ୍ଭବ ବୋଲି ମତ ଦେଇଥିଲା ସଂସଦୀୟ କମିଟି । ଏହା ସହିତ ଖୁବ ଶୀଘ୍ର କ୍ରିପ୍ଟୋକରେନ୍ସି ନିୟନ୍ତ୍ରିତ କରିବା ପାଇଁ ଗାଇଡ ଲାଇନ ଅଣାଯିବ ବୋଲି କୁହାଯାଇଛି ।

କ୍ରିପ୍ଟୋ ବର୍ତ୍ତମାନ ଲୋକଙ୍କ ଜୀବନର ଏକ ଅଙ୍ଗ ପାଲଟି ସାରିଛି ତେଣୁ ଏହାକୁ ଦୂରେଇବା ସମ୍ଭବ ନୁହେଁ । ତେବେ ଲୋକଙ୍କୁ ଭ୍ରମିତ କରୁଥିବା କ୍ରିପ୍ଟୋ ଆଡ୍ ଗୁଡିକ ତୁରନ୍ତ ହଟାଯିବା ଉଚିତ ବୋଲି କମିଟିର ଜଣେ ସାଂସଦ କହିଛନ୍ତି । ଏଭଳି ବିଜ୍ଞାପନ ଦ୍ୱାରା ଯୁବପିଢି ଭ୍ରମିତ ହେଉଛନ୍ତି ବୋଲି କମିଟିର ଜଣେ ସଦସ୍ୟ ମତ ଦେଇଛନ୍ତି । ତେବେ କ୍ରିପ୍ଟୋକୁ ନେଇ ଆରବିଆଇ ନିଜର ପକ୍ଷ ପରିବର୍ତ୍ତନ କରିନାହିଁ । ଏହା ଅତ୍ୟନ୍ତ ରିସ୍କି ଥିବାରୁ ସତର୍କତାର ସହିତ ଏଥିରେ ନିବେଶ କରିବାକୁ ପରାମର୍ଶ ଦେଇଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ।

Get real time updates directly on you device, subscribe now.