fbpx

ଶାସନ ବ୍ୟବସ୍ଥାରେ ସ୍ୱଚ୍ଛ ପାଇଁ ବଡ଼ ପଦକ୍ଷେପ, କ୍ୟାବିନେଟ୍‌କୁ ୮ଟି ଦଳରେ ବିଭକ୍ତ କଲେ ମୋଦି

ନୂଆଦିଲ୍ଲୀ: ଦେଶର ଶାସନ ବ୍ୟବସ୍ଥାକୁ ଶାଣିତ, ଦକ୍ଷ ଓ ସ୍ୱଚ୍ଛ କରିବାକୁ ଏକ ବଡ଼ ପଦକ୍ଷେପ ନେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପୁରା କ୍ୟାବିନେଟକୁ ୮ଟି ଦଳରେ ଭାଗ କରିଛନ୍ତି । ୭୭ ଜଣ ମନ୍ତ୍ରୀଙ୍କୁ ୮ ଭାଗରେ ବିଭକ୍ତ ହୋଇଥିବା ମନ୍ତ୍ରୀମାନେ ଯୁବ ଅଧିକାରୀଙ୍କୁ ବିଭିନ୍ନ କାର୍ଯ୍ୟରେ ନିୟୋଜିତ କରିବା ସହ ଅବରସପ୍ରାପ୍ତ ସରକାରୀ ଅଧିକାରୀମାନଙ୍କ ଠାରୁ ପରାମର୍ଶ ଲୋଡ଼ିବେ ଏବଂ ବିଭିନ୍ନ ପ୍ରକଳ୍ପଗୁଡ଼ିକର ତତ୍ତ୍ୱାବଧାନ ନିମନ୍ତେ ପ୍ରଯୁକ୍ତିବିଦ୍ୟାର ସର୍ବୋତମ ଉପଯୋଗ କରିବେ ।

ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମଗ୍ର ମନ୍ତ୍ରୀ ପରିଷଦ୍‌ର ୫ଟି ‘ଚିନ୍ତନ ଶିବିର’ ପରେ ମନ୍ତ୍ରୀମାନଙ୍କୁ ୮ଟି ଦଳରେ ବିଭକ୍ତ କରାଯାଇଛି । ‘ଚିନ୍ତନ ଶିବିର’ର ପ୍ରତ୍ୟେକ ବୈଠକ ପ୍ରାୟ ୫ ଘଣ୍ଟା ଧରି ଚାଲିଥିଲା । ବ୍ୟକ୍ତିଗତ ପାରଦର୍ଶିତା, କେନ୍ଦ୍ରୀଭୂତ ପ୍ରବର୍ତ୍ତନ, ମନ୍ତ୍ରାଳୟ ପରିଚାଳନା ଏବଂ କର୍ମଚାରୀ ନିୟୋଜନ, ଦଳୀୟ ସହଯୋଗୀତା ଏବଂ ଫଳପ୍ରଦ ଯୋଗାଯୋଗ ଉପରେ ଉକ୍ତ ବେଠକ ବସିଥିଲା । ଶେଷ ବୈଠକଟି ଥିଲା ସଂସଦୀୟ ପ୍ରଥା ଉପରେ । ଏଥିରେ ଲୋକସଭାର ବାଚସ୍ପତି ଓମ୍‌ ବିର୍ଲା ଏବଂ ରାଜ୍ୟସଭା ଅଧ୍ୟକ୍ଷ ଏମ୍‌. ଭେଙ୍କୟା ନାଇଡୁ ମଧ୍ୟ ଯୋଗ ଦେଇଥିଲେ । ଗଠନ କରାଯାଇଥିବା ୮ଟି ଦଳରେ ରହିଛନ୍ତି ୯ ରୁ ୧୦ଜଣ ଲେଖାଏଁ ମନ୍ତ୍ରୀ । ପ୍ରତି ଦଳ ପାଇଁ ଜଣେ କେନ୍ଦ୍ରମନ୍ତ୍ରୀଙ୍କୁ ଦଳର ସମନ୍ୱୟକାରୀ ପାହ୍ୟାରେ ରଖାଯାଇଛି । ସେମାନଙ୍କ ମଧ୍ୟରୁ କେତେଜଣ କେନ୍ଦ୍ରମନ୍ତ୍ରୀ ହେଉଛନ୍ତି, ହରଦୀପ ସିଂହ ପୁରୀ, ନରେନ୍ଦ୍ର ସିଂହ ତୋମାର, ପୀୟୂଷ ଗୋୟଲ୍‌, ଧର୍ମେନ୍ଦ୍ର ପ୍ରଧାନ, ସ୍ମୃତି ଇରାନୀ ଏବଂ ଅନୁରାଗ ଠାକୁର ।

Get real time updates directly on you device, subscribe now.