fbpx

ରାଜଧାନୀରେ ସ୍କୁଲ, କଲେଜ ବନ୍ଦ; ଜାଣନ୍ତୁ କ’ଣ ରହିଛି ଅନ୍ୟ କଟକଣା

ନୂଆଦିଲ୍ଲୀ: ଦୀପାବଳି ପରଠାରୁ ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣର ସ୍ତର ବଢ଼ିବାରେ ଲାଗିଛି । ବାୟୂ ପ୍ରଦୂଷଣ ପାଇଁ ଦିଲ୍ଲୀରେ ସମସ୍ତ ସ୍କୁ. କଲେଜ ବନ୍ଦ କରାଯାଇଛି । ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ଓ କଲେଜ ବନ୍ଦ ରହିବ । ଆଜିଠାରୁ ସବୁ ଶିକ୍ଷାନୁଷ୍ଠାନରେ ଅନଲାଇନ୍ କ୍ଲାସ ଆରମ୍ଭ ହୋଇଛି । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଏନେଇ ନିର୍ଦ୍ଦେଶ ଜାରି ହୋଇଛି । ଦିଲ୍ଲୀ ସହିତ ପଡୋଶୀ ସହରରେ ବି ଏହି ନିର୍ଦ୍ଦେଶ ଲାଗୁ ହେବ ।

ଅନ୍ୟପଟେ ୫୦ ପ୍ରତିଶତ କର୍ମଚାରୀରେ କାମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପଟେ ନଭେମ୍ବର ୨୧ ଯାଏଁ ଟ୍ରକ ଚଳାଚଳ ଉପରେ କଟକଣା କରାଯାଇଛି । ୧୦ ଓ ୧୫ ବର୍ଷରୁ ଅଧିକ ପୁରୁଣା ଗାଡ଼ି ଚଳାଚଳ ଉପରେ କଟକଣା କରାଯାଇଛି । ସମସ୍ତ ନିର୍ମାଣ କାର୍ଯ୍ୟ ଉପରେ ଲୋକ ଲଗାଯାଇଛି ।

Get real time updates directly on you device, subscribe now.