fbpx

ଅଖିଳେଶ ଏବଂ ମାୟାବତୀଙ୍କୁ ବଡ ଝଟକା, ଏସପି-ବିଏସପିର ୧୦ ବିଧାନ ପରିଷଦ ବିଜେପିରେ ସାମିଲ୍

ଲଖନଉ : ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ ଏବଂ ବସପା ପ୍ରମୁଖ ମାୟାବତୀଙ୍କୁ ବିଜେପି ବଡ ଝଟକା ଦେଇଛି । ଗୁରୁବାର ସପା ଏବଂ ବସପାର ୧୦ ବିଧାନ ପରିଷଦ ବିଜେପିରେ ଯୋଗ ଦେଇଛନ୍ତି । ଏଥିରେ ଅନେକ ବଡ ନେତା ବି ସାମଲ୍ । ଏହି ସବୁ ନେତା ଆଜି ବିଜେପି ମୁଖ୍ୟାଳୟରେ ସଦସ୍ୟତା ଗ୍ରହଣ କରିଛନ୍ତି ।

ସୂଚନା ଅନୁଯାୟୀ, ସପା ଛାଡି ବିଜେପିରେ ଯୋଗ ଦେଇଥିବା ବିଧାନ ପରିଷଦ ସଦସ୍ୟଙ୍କ ମଧ୍ୟରୁ ଅଧିକାଂଶ ମ୍ୟୁନସିପାଲଟି ଅଞ୍ଚଳରୁ ଏମଏଲସି ରହିଛନ୍ତି । ପାର୍ଟି ସୂତ୍ର ଅନୁଯାୟୀ ଜଏନିଂ କମିଟିରେ ସପା ଏବଂ ବସପାର ବିଧାୟକ ଏବଂ ଏମଏଲସି ସହିତ ୧୦୦ ବଡ ନେତା ବିଜେପିରେ ସାମିଲ୍ କରାଇବା ପ୍ରସ୍ତାବ ରଖାଯାଇଥିଲା । ସମିତି ସପାର ବିଧାନ ପରିଷଦ ସଦସ୍ୟ ରବିଶଙ୍କର ସିଂହ ପପୁ, ସିପି ଚନ୍ଦ, ଅକ୍ଷୟ ପ୍ରସାଦ ସିଂହ, ରମା ନିରଞ୍ଜନ ଏବଂ ବସପାର ବ୍ରଜେଶ କୁମାର ସିଂହ ପ୍ରିନ୍ସୁ ସହିତ ୧୦ ଏମଏଲସିଙ୍କ ବିଜେପିରେ ସାମିଲକୁ ମଞ୍ଜୁରୀ ଦିଆଯାଇଛି ।

ବିଜେପି ଏହି ସବୁ ସଦସ୍ୟଙ୍କୁ ବିଧାନ ପରିଷଦର ଆଗାମୀ ନଗର ନିଗମ ନିର୍ବାଚନରେ ପ୍ରାର୍ଥୀ କରିବାକୁ ନିଷ୍ପତ୍ତି ନେଇଛି । ସପାର ସଦସ୍ୟଙ୍କୁ ବିଜେପିରେ ସାମିଲ୍ କରାଇବାରେ ଉପ ମୁଖ୍ୟମନ୍ତ୍ରୀ ଦିନେଶ ଶର୍ମା ଏବଂ ବିଜେପି ଉପ ସଭାପତି ଦୟାଶଙ୍କର ସିଂହଙ୍କ ବଡ ଭୂମିକା ରହିଛି । ବିଧାନସଭା ନିର୍ବାଚନ ପୂର୍ବରୁ ଏହି ସବୁ ସଦସ୍ୟଙ୍କ ବିଜେପିରେ ସାମିଲ୍ ହେବା ସପାକୁ ବଡ ଝଟକା ଲାଗିଛି । ଅନ୍ୟପଟେ ବିଜେପିକୁ ଏହି ସଦସ୍ୟଙ୍କ ପତିଆରା ଥିବା ଅଞ୍ଚଳରେ ଫାଇଦା ମିଳିବ ।

 

Get real time updates directly on you device, subscribe now.