fbpx

ଆଇନ ଅନୁସାରେ ବୈଧ ନୁହେଁ ନୁସରତ-ନିଖିଲଙ୍କ ବିବାହ: କୋର୍ଟ

କୋଲକାତା ୧୭।୧୧: ଅଭିନେତାରୁ ରାଜନେତା ପାଲଟିଥିବା ନୁସରତ ଜହାଁ ଏବଂ ନିଖିଲ ଜୈନଙ୍କ ବିବାହ ଆଇନତଃ ବୈଧ୍ୟ ନୁହେଁ। ଏମିତି ଟିପ୍ପଣୀ କରିଛନ୍ତି କୋଲକାତାର ଏକ ଅଦାଲତ। କିଛି ଦିନ ପୂର୍ବେ ତୃଣମୂଳ କଂଗ୍ରେସ(ଟିଏମସି)ର ସାଂସଦ ନୁସରତ ଏବଂ ବ୍ୟବସାୟୀ ନିଖିଲ ଜୈନଙ୍କ ବିବାହ ଖୁବ୍ ଚର୍ଚ୍ଚା ସାଉଁଟିଥିଲା। ଏପରିକି ଟିଏମସି ସାଂସଦ ନିକଟରେ ଏହି ବିବାହକୁ ବେଆଇନ ମଧ୍ୟ କରିଥିଲେ। ଜୈନଙ୍କ ଉପରେ ଗୁରୁତର ଅଭିଯୋଗ ମଧ୍ୟ ଲଗାଇଥିଲେ ନୁସରତ।
ନିଖିଲ ଜୈନ ପ୍ରେସ୍ ବିବୃତିରେ ନୁସରତଙ୍କ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଥିଲେ। ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗ ନିରାଧାର, ଅପମାନଜନକ ଏବଂ ତିଳେ ହେଲେ ସତ୍ୟତା ନଥିବା ନିଖିଲ କହିଥିଲେ। ସେ କହିଥିଲେ, ଭଲ ପାଇ ନୁସରତଙ୍କୁ ସାମ୍ନାରେ ବିବାହ ପ୍ରସ୍ତାବ ରଖିଥିଲେ। ଆଉ ନୁସରତ ଖୁସି ଖୁସିରେ ଏହାକୁ ସ୍ଵୀକାର କରିଥିଲେ। ଏହା ପରେ ୨୦୧୯ ଜୁନରେ ଆମେ ଡେଷ୍ଟିନେସନ ମ୍ୟାରେଜ୍ ପାଇଁ ତୁର୍କୀର ବୋଡରମ ଯାଇଥିଲେ। କୋଲକାତାରେ ଏକ ରିସେପସନ ମଧ୍ୟ ରଖାଯାଇଥିଲା।
ନୁସରତଙ୍କ କହିବା କଥା ତାଙ୍କ ବିବାହ ଭାରତୀୟ ଆଇନ ଅନୁଯାୟୀ ବୈଧ୍ୟ ନୁହେଁ। ତେଣୁ ଏଥିରେ ତଲାକର ପ୍ରଶ୍ନ ହିଁ ଉଠୁନି। ନିଖିଲ ମଧ୍ୟ ନୁସରତଙ୍କ ଉପରେ ଅନେକ ଅଭିଯୋଗ ଲଗାଇଥିଲେ। ହେଲେ ଅଭିନେତ୍ରୀ ଏ ପର୍ଯ୍ୟନ୍ତ ଏହା ଉପରେ ମୁହଁ ଖୋଲି ନଥିଲେ। ଏହା ଉପରେ ଉତ୍ତର ରଖି ନୁସରତ କହିଥିଲେ ଯେ, ନିଖିଲ ତାଙ୍କ ବିବାହ ନା ଟଙ୍କା ଦେଇନଥିଲେ ନା ହୋଟେଲ୍ର ବିଲ୍ ଦେଇଥିଲେ। ମୋତେ ତାଙ୍କୁ କିଛି କହିବାର ଆବଶ୍ୟକତା ନାହିଁ। ମୋତ ଏହି ମାମଲାରେ ଭୁଲ୍ ଭାବେ ଚିତ୍ରଣ କରାଯାଇଛି। ଏବେ ମୁଁ ଏହା ଉପରେ ସବୁ ସ୍ପଷ୍ଟ କରି ଦେଇଛି ବୋଲି ନୁସରତ କହିଥିଲେ।

Get real time updates directly on you device, subscribe now.