fbpx

ବାଇକରେ ପେଟ୍ରୋଲ ପକାଇବା ବେଳେ ଦୀପ ନିଆଁ ସ୍ପର୍ଶ ଆସି ଲାଗିଲା ନିଆଁ, ପରିବାର ୩ ସଦସ୍ୟ ଗୁରୁତର

ଭଞ୍ଜନଗର (ଭାସ୍କର ନ୍ୟୁଜ): ପେଟ୍ରୋଲରେ ନିଆଁ ଲାଗି ଗୋଟିଏ ପରିବାର ୩ଜଣ ସଦସ୍ୟ ଗୁରୁତର ଆହାତ ହୋଇଛନ୍ତି । ମିଳିଥିବା ସୂଚନା ପ୍ରକାରେ ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ସମରବନ୍ଧ ଗ୍ରାମର ପ୍ରଫୁଲ ନାୟକ(୫୦) ନିଜ ବାଇକରେ ପେଟ୍ରୋଲ ପକାଇବାକୁ ପ୍ରସ୍ତୁତ ହେଉଥିବାବେଳେ ପାଖରେ ନିଜ ପତ୍ନୀ ମାଗି ନାୟକ(୪୫) ଉପସ୍ଥିତ ଥିଲେ । ତେବେ ଝିଅ ଦୀପା ନାୟକ(୨୮) ବାଇକରେ ପେଟ୍ରୋଲ ପକାଇବା ସହଜ ହେବ ଭାବି ଦୀପ ଆଣି ଦେଖାଇଥିବାବେଳେ ହଠାତ୍‌ ପେଟ୍ରୋଲ ଦୀପ ନିଆଁ ସ୍ପର୍ଶରେ ଆସି ଜଳି ଉଠିଥିଲା । ଆଉ ପେଟ୍ରୋଲ ନିଆଁରେ ପ୍ରଫୁଲ ନାୟକଙ୍କ ସମେତ ପତ୍ନୀ ମାଗି ନାୟକ ଓ ଝିଅ ଦୀପା ନାୟକ ଗୁରୁତର ଭାବେ ପୋଡି ଯାଇଥିଲେ । ଗୁରୁତର ଅବସ୍ଥାରେ ଏମାନଙ୍କୁ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଇ ଚିକିତ୍ସିତ କରାଯିବା ପରେ ଏଠାରୁ ସମସ୍ତଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି ।

Get real time updates directly on you device, subscribe now.