fbpx

ପ୍ରଥମରୁ ପଞ୍ଚମ ଶ୍ରେଣୀ ଖୋଲିବା ଓ ‘ଅସର’ ରିପୋର୍ଟକୁ ନେଇ କ’ଣ କହିଲେ ଗଣଶିକ୍ଷା ମନ୍ତ୍ରୀ, ଜାଣନ୍ତୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନା ଯୋଗୁଁ ପାଠପଢ଼ା ପ୍ରଭାବିତ ହେଉଥିବା ବେଳେ ଏବେ ଧିରେ ଧିରେ ଅବସ୍ଥା ସୁଧୁରିବାରେ ଲାଗିଛି । ଅନେକ ସ୍କୁଲ ଓ କଲେଜ ଖୋଲିଥିବା ବେଳେ ପ୍ରଥମରୁ ପଞ୍ଚମ ଶ୍ରେଣୀ କେବେ ଖୋଲିବ ସେନେଇ ପ୍ରଶ୍ନ ଉଠିଛି । ଏହି ପ୍ରସଙ୍ଗରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ନିଜର ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ‘ପ୍ରଥମରୁ ପଞ୍ଚମ ଶ୍ରେଣୀ ଖୋଲିବା ନେଇ କୌଣସି ବିଚାର କରାଯାଇନି । ତୃତୀୟ ଲହର ସମ୍ପୂର୍ଣ୍ଣ ରୂପେ ଯାଇନାହିଁ । ଏସମ୍ପର୍କରେ ଏବେଠାରୁ କହିବା ଠିକ୍ ହେବନି ।’

ଏହା ସହିତ ‘ଅସର’ ରିପୋର୍ଟ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ମନ୍ତ୍ରୀ କହିଛନ୍ତି ଯେ, ‘୨ ବର୍ଷ ହେବ ଛାତ୍ରଛାତ୍ରୀଙ୍କ ବିଶ୍ୱାସଭାଜନ ହୋଇପାରିଛି ସରକାରୀ ସ୍କୁଲ । ସରକାରୀ ସ୍କୁଲରେ ପଢ଼ିଲେ ସଂରକ୍ଷଣ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମେଡିକାଲ ଓ ଇଞ୍ଜିନିୟରିଂରେ ସଂରକ୍ଷଣ ଘୋଷଣା କରିବା ହେଉଛି ମୁଖ୍ୟ କାରଣ । ସ୍ମାର୍ଟ କ୍ଲାସ, ଇ-ଲାଇବ୍ରେରୀ, ଇ-ଲାବ୍ରୋଟୋରୀ ମୁଖ୍ୟ କାରଣ ।’

ଏହା ସହିତ ଟ୍ୟୁସନ ପ୍ରତି ଅଧିକ ନିର୍ଭରଶୀଳ ପ୍ରସଙ୍ଗରେ ମନ୍ତ୍ରୀ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ‘ଦେଢ଼ବର୍ଷରୁ ଅଧିକ ସମୟ ଧରି ସ୍କୁଲ ବନ୍ଦ ଥିଲା । ସେଥିପାଇଁ ଅଭିଭାବକମାନେ ଟ୍ୟୁସନ ପ୍ରତି ଅଧିକ ନିର୍ଭରଶୀଳ ହୋଇଥିଲେ ।’

Get real time updates directly on you device, subscribe now.