fbpx

ରାତ୍ରି ଭୋଜନ ପରେ ୨୦ ମିନିଟ୍ କାହିଁକି ଚାଲିବା ଉଚିତ୍? ଜାଣନ୍ତୁ କଣ ରହିଛି ଆଶ୍ଚର୍ଯ୍ୟଜନକ ଫାଇଦା 

ଓଡ଼ିଆ ଭାସ୍କର ବ୍ୟୁରୋ: ଅଧିକାଂଶ ଲୋକ ସକାଳୁ ଉଠିଥାନ୍ତି, ଜଳଖିଆ କରିଥାନ୍ତି ଓ ନିଜ କାମରେ ବାହାରିଯାଆନ୍ତି । ଏହାପରେ ସନ୍ଧ୍ୟାରେ ଘରକୁ ଫେରିବା ପରେ ଭୋଜନ କରନ୍ତି ଓ ତାପରେ ଶୋଇ ପଡ଼ନ୍ତି । ଅଧିକାଂଶ ଲୋକଙ୍କ ଜୀବନଶୈଳୀ ଏପରି ରହିଥାଏ । ହେଲେ ଆପଣ ମାନେ ଯଦି ଏପରି କରୁଥାନ୍ତି ତେବେ ସାବଧାନ ହୋଇଯାଆନ୍ତୁ । କାରଣ ରାତିରେ ଖାଦ୍ୟ ଖାଇବା ପରେ ସିଧା ଯାଇ ଶେଯରେ ଶୋଇବା ଦ୍ୱାରା ମୋଟାପଣ ସମେତ ବିଭିନ୍ନ ରୋଗର ଶିକାର ହୋଇପାରନ୍ତି ।
ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁସାରେ, ଖାଦ୍ୟ ଖାଇବା ପରେ ଅଳ୍ପ ସମୟ ଚାଲିବା ଉଚିତ୍ । ଏହା ଦ୍ୱାରା ଶରୀରର ପତିଟି ଅଙ୍ଗ ପ୍ରତ୍ୟଙ୍ଗ, ମାଂସପେଶୀ ସଠିକ୍ ରୂପେ କାମ କରିଥାଏ । ଖାଲି ସେତିକି ନୁହେଁ ରକ୍ତ ସଞ୍ଚାଳନ ଠିକ୍ ଭାବରେ କାର୍ଯ୍ୟକାରୀ ହୋଇଥାଏ । ଟାଇପ୍-୨ ଡାଇବେଟିସ୍ ରୋଗୀଙ୍କୁ ମଧ୍ୟ ଖାଦ୍ୟ ଖାଇବା ପରେ ଅଳ୍ପ ସମୟ ଚାଲିବାକୁ ପରାମର୍ଶ ଦିଆଯାଇଥାଏ । ତେବେ ଖାଦ୍ୟ ଖାଇବା ପରେ ୨୦ ମିନିଟ୍ ନିଶ୍ଚିତ ଚାଲିବା ଦରକାର ।
ତେବେ ଖାଦ୍ୟ ଖାଇବା ପରେ ଚାଲିବା ଦ୍ୱାରା ମୋଟାପଣ କମିଥାଏ । କାରଣ ଚାଲିବା ଦ୍ୱାରା ମେଟାବୋଲିଜିମ୍ ବୁଷ୍ଟ ହୋଇଥାଏ । ଏହାସହିତ ଇମ୍ୟୁନିଟି ବଢ଼ିଥାଏ, ରକ୍ତ ଶର୍କରା ନିୟନ୍ତ୍ରଣରେ ରହିଥାଏ, ଡିପ୍ରେସନ୍ ସମସ୍ୟାରୁ ମୁକ୍ତିପାଇବାରେ ସାହାଯ୍ୟ ହୁଏ ଓ ପାଚନ ତନ୍ତ୍ର ମଧ୍ୟ ସୁସ୍ଥ ରହିଥାଏ ।

Get real time updates directly on you device, subscribe now.