fbpx

ପାକିସ୍ତାନର ନୂଆ ଆଇନ୍, ରେପ୍ ଅଭିଯୁକ୍ତକୁ କରାଯିବ ନପୁଂସକ

ନୂଆଦିଲ୍ଲୀ: ପାକିସ୍ତାନରେ ଲାଗୁ ହୋଇଛି ଏକ ନୂଆ ନିୟମ । ଏହି ନିୟମ ଅନୁଯାୟୀ ଦୁଷ୍କର୍ମକାରୀକୁ କରାଯାଇପାରିବ ନପୁସଂକ । ପାକିସ୍ତାନରେ ଅନେକ ଦୁଷ୍କର୍ମ ମାମଲାରେ ଦୋଷୀ ହୋଇଥିବା ଅପରାଧୀକୁ ସଂସଦ ଦ୍ୱାରା ପାରିତ ହୋଇଥିବା ନୂଆ କାନୁନ ଅନୁଯାୟୀ ରାସାୟନିକ ଉପାୟରେ ନପୁଂସକ କରାଯାଇପାରେ । ଏହି ନିୟମର ଉଦ୍ଦେଶ୍ୟ ଦଣ୍ଡରେ ଶୀଘ୍ରତା ଆଣିବା । ଏହି ନିୟମ ମହିଳା ଏବଂ ଶିଶୁଙ୍କ ଉପରେ ହେଉଥିବା ଦୁଷ୍କର୍ମ ଘଟଣାରେ ବୃଦ୍ଧି ଏବଂ ଅପରାଧ ଉପରେ ପ୍ରଭାବୀ ଢ଼ଙ୍ଗରେ ଅଙ୍କୁଶ ଲଗାଇବା ପାଇଁ ବଢ଼ୁଥିବା ଦାବିର ଫଳସ୍ୱରୂପ ।

ରାଷ୍ଟ୍ରପତି ଆରିଫ ଅଲ୍ଚୀଙ୍କ ପାକିସ୍ତାନ ମନ୍ତ୍ରୀମଣ୍ଡଳ ଦ୍ୱାରା ପାରିତ ଅଧ୍ୟାଦେଶ ଉପରେ ମୋହର ଲଗାଇବାର ଏକ ବର୍ଷ ପରେ ଏହି ବିଧେୟକ ପାରିତ ହୋଇଛି । ଏକ ରିପୋର୍ଟ ଅନୁଯାୟୀ ଅପରାଧିକ ଆଇନ ୨୦୨୧ ବିଧେୟକକୁ ବୁଧବାର ସଂସଦରେ ପାରିତ କରାଯାଇଛି । ବିଧେୟକ ଅନୁଯାୟୀ, ରାସାୟନିକ ଭାବରେ ନପୁଂସକ କରିବା ପ୍ରକ୍ରିୟା ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପ୍ରସ୍ତୁତ ନିୟମ ଅନୁଯାୟୀ ସୂଚିତ କରାଯାଇଛି  । ଏହା ଅନୁଯାୟୀ ବ୍ୟକ୍ତିକୁ ଜୀବନରେ କୌଣସି ପ୍ରକାର ସଂଭୋଗ କରିବାକୁ ଅସମର୍ଥ କରାଯିବ ।

ରାସାୟନିକ ଭାବରେ ନପୁଂସକ କରିବା ହେଉଛି ଯୌନ ପ୍ରକିୟାକୁ କମ୍ କରିବା ପାଇଁ ଔଷଧର ବ୍ୟବହାର ଅଟେ । ରିପୋର୍ଟ ଅନୁଯାୟୀ ଦକ୍ଷିଣ କୋରିଆ, ପୋଲାଣ୍ଡ, ଚେକ ଗଣରାଜ୍ୟ ଏବଂ ଆମେରିକାର କିଛି ରାଜ୍ୟରେ ଏହି ଦଣ୍ଡ ରହିଛି ।

Get real time updates directly on you device, subscribe now.