fbpx

ଅଷ୍ଟମ ପାସଙ୍କୁ ମିଳିବ ସରକାରୀ ଚାକିରି: ଆବେଦନ ପାଇଁ ବାକି ମାତ୍ର ଦୁଇ ଦିନ; ଏମିତି କରନ୍ତୁ ଆବେଦନ

ନୂଆଦିଲ୍ଳୀ: ଭାରତୀୟ କୋକିଙ୍ଗ କୋଲ ଲିମିଟେଡରେ ସୃଷ୍ଟି ହୋଇଛି ଖାଲି ପଦ । ଅଷ୍ଟମ ପାସ କରିଥିଲେ ମିଳୁଛି ସରକାରୀ ଚାକିରିର ସୁଯୋଗ । ୮ ନଭେମ୍ବରରୁ ଆବେଦନ ପ୍ରକ୍ରିୟା ଆରମ୍ଭ କରାଯାଇଥିବା ବେଳେ ଆସନ୍ତା ସୋମବାର ଆବେଦନ ପ୍ରକ୍ରିୟା ଶେଷ ହେବ । ୨୨ ନଭେମ୍ବର ଆବେଦନର ଅନ୍ତିମ ତାରିଖ ରହିଥିବା ବେଳେ ଶୀଘ୍ର ଆବେଦନ କରିନିଅନ୍ତୁ ।

ଏହି ବିଜ୍ଞପ୍ତି ସମ୍ପର୍କରେ ଅଧିକ ସୂଚନା ପାଇଁ ଏହି ଲିଙ୍କରେ କ୍ଲିକ୍ କରନ୍ତୁ । ସମୁଦାୟ ୯୪ଟି ଡ୍ରାଇଭର ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଶିକ୍ଷାଗତ ଯୋଗ୍ୟତା ଅଷ୍ଟମ ପାସ ରହିଛି । ଏହା ସହିତ ଭାରୀ ଯାନ ଲାଇସେନ୍ସ ନିତାନ୍ତ ଆବଶ୍ୟକ । ୧୦୦ ମାର୍କର ଏକ ପରୀକ୍ଷା ହେବା ସହିତ ଟ୍ରାଫିକ୍ ସମ୍ପର୍କୀୟ ଜ୍ଞାନର ମଧ୍ୟ ପରୀକ୍ଷା ହେବ । ସାଧାରଣ ବର୍ଗ ପାଇଁ ପାସ ମାର୍କ ୪୦ ରହିଥିବା ବେଳେ ଅନୁସୂଚିତ ଜାତି ଓ ଜନଜାତି ପାଇଁ ପାସ ମାର୍କ ୩୫ ରଖାଯାଇଛି ।

Get real time updates directly on you device, subscribe now.