fbpx

ତ୍ରିପୁରାରୁ ଗିରଫ ହେଲେ ଟିଏମସି ନେତ୍ରୀ ସାୟୋନୀ ଘୋଷ: ଜାଣନ୍ତୁ କଣ ରହିଛି କାରଣ

ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ ନେତ୍ରୀ ସାୟୋନୀ ଘୋଷଙ୍କୁ ଗିରଫ କରିଛି ତ୍ରିପୁରା ପୋଲିସ । ବିଜେପି କର୍ମୀଙ୍କୁ ଆକ୍ରମଣ ଅଭିଯୋଗରେ ପୋଲିସ ତୃଣମୂଳ କଂଗ୍ରେସର ଯୁବ ସଭାପତି ସାୟୋନୀ ଘୋଷଙ୍କୁ ରବିବାର ଗିରଫ କରିଛି ତ୍ରିପୁରା ପୋଲିସ୍ । ଆସନ୍ତା ସୋମବାର ଦିନ ସାୟୋନୀଙ୍କୁ କୋର୍ଟରେ ହାଜର କରାଯିବ । ସାୟୋନୀଙ୍କୁ ଗିରଫ କରାଯାଇଥିବା ବେଳେ ତାଙ୍କ ବିରୋଧରେ ଆଇପିସିର ଧାରା ୩୦୭ ଏବଂ ୧୫୩ ଅନୁସାରେ ମାମଲା ରୁଜୁ କରାଯାଇଥିବା ସୂଚନା ଦେଇଛନ୍ତି ଆଡିସନାଲ ଏସପି ବି ଜେ ରେଡ୍ଡୀ ।

ଶନିବାର ସାୟୋନୀ ନିଜ କାରରେ ଯାଉଥିବା ସମୟରେ ବିଜେପି କର୍ମୀଙ୍କ ସହିତ ତାଙ୍କର ଝଗଡା ହୋଇଥିଲା । ଏହି ଝଗଡା ପରେ ସେ ବିଜେପି କର୍ମୀଙ୍କୁ ହତ୍ୟା କରିବାକୁ ପ୍ରୟାସ କରିଥିବା ନେଇ ଅଭିଯୋଗ ଆସିଥିଲା । ଦିନ ୧୧ଟା ସମୟରେ ତ୍ରିପୁରା ପୋଲିସ ତାଙ୍କୁ ପଚରା ଉଚୁରା ପାଇଁ ନେଇଥିବା ବେଳେ ସନ୍ଧ୍ୟାରେ ଗିରଫ କରିଥିଲା ।

Get real time updates directly on you device, subscribe now.