fbpx

ଶ୍ରୀନଅରରେ ଗୁଆଟେକା ନୀତି ସମ୍ପନ୍ନ, ଆଜିଠୁ ଆରମ୍ଭ ହେବ ଯଜ୍ଞ ଉତ୍ସବ: ୨୪ରେ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ

ପୁରୀ,  (ଭାସ୍କର ନ୍ୟୁଜ): ସୋମବାର ପୁରୀରେ ଅନୁଷ୍ଠିତ ହେବ ଶ୍ରୀମନ୍ଦିର ପରିକ୍ରମା ମାର୍ଗ ନିର୍ମାଣର ଭିତ୍ତ୍ରିସ୍ତର ସ୍ଥାପନ । ଏ ନେଇ ସ୍ୱତନ୍ତ୍ର ପୂଜାର୍ଚ୍ଚନା ମଧ୍ୟ କରାଯିବ । ଏହି ଯଜ୍ଞ ଉତ୍ସବ ୩ ଦିନ ଧରି ଚାଲିବ ।୨୪ ତାରିଖ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯଜ୍ଞ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମରେ ଯୋଗ ଦେବେ । ଏଥିନେଇ ପ୍ରସ୍ତୁତି ଜୋରସୋରରେ ଆଗେଇ ଚାଲିଛି । ଏହି ଯଜ୍ଞ ଓ ପୂଜାର୍ଚ୍ଚନା ପାଇଁ ଗଜପତି ମହାରାଜା ଦିବ୍ୟସିଂହ ଦେବ କର୍ତ୍ତା ଭାବେ କାର୍ଯ୍ୟ କରିବାର ଥିବାରୁ ରବିବାର ଶ୍ରୀନଅରରେ ଗୁଆଟେକା ନୀତି ସମ୍ପନ୍ନ ହୋଇଛି । ଗଜପତିଙ୍କ ରାଜଗୁରୁ, ଶ୍ରୋତ୍ରୀୟ ବ୍ରାହ୍ମଣ, ଜିଲ୍ଲାପାଳ ଓ ଶ୍ରୀମନ୍ଦିର ନୀତି ପ୍ରଶାସକ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ । ରବିବାର ବ୍ରାହ୍ମଣ ଅଧିବାସ ପରେ ଯଜ୍ଞସ୍ଥଳରେ ଅଙ୍କୁରାରୋପଣ ଅନୁଷ୍ଠିତ ହୋଇଛି । ସୋମବାର ଯଜ୍ଞ ଉତ୍ସବ ଆରମ୍ଭ କରାଯିବ ।

Get real time updates directly on you device, subscribe now.