fbpx

ପେଡ୍ରିଙ୍କୁ ମିଳିଲା ଗୋଲ୍ଡେନ ବୟ ଆୱାର୍ଡ: ଜାଣନ୍ତୁ କିଏ ଏହି ଖେଳାଳି

ନୂଆଦିଲ୍ଲୀ: ଫୁଟବଲରେ ବାଲନ ଡି ଓରକୁ ସବୁଠାରୁ ସମ୍ମାନ ଜନକ ପୁରସ୍କାର ଭାବରେ ବିବେଚନା କରାଯାଏ । ମାତ୍ର ୨୧ ବର୍ଷରୁ କମ ଖେଳାଳିଙ୍କ ମଧ୍ୟରେ ସର୍ବଶ୍ରେଷ୍ଠ ଖେଳାଳିଙ୍କୁ ପ୍ରଦାନ କରାଯାଏ ଗୋଲ୍ଡେନ ବୟ ପୁରସ୍କାର । ଚଳିତ ବର୍ଷର ୨୧ ବର୍ଷ ବୟସର କମ ଖେଳାଳିଙ୍କ ମଧ୍ୟରେ ଗୋଲ୍ଡେନ ବୟ ପୁରସ୍କାର ପେଡ୍ରିଙ୍କୁ ମିଳିଛି । ୟୁରୋପିଆନ ଡିଭିଜନର ଶ୍ରେଷ୍ଠ ଖେଳାଳି ଭାବରେ ପେଡ୍ରିଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି ।

ମାସାଧିକ କାଳର ସର୍ଭେ ଏବଂ ଭୋଟିଂ ପରେ ବାର୍ସେଲୋନା ମିଡ ଫିଲ୍ଡର ପେଡ୍ରିଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ବାର୍ସେଲୋନାରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ସାରିଥିବା ପେଡ୍ରି ଆସନ୍ତା ଡିସେମ୍ବର ୧୩ ତାରିଖରେ ଇଟାଲୀର ଟ୍ୟୁରିନରେ ଏହି ପୁରସ୍କାର ଗ୍ରହଣ କରିବେ । ଶେଷ ଥର ପାଇଁ ୨୦୦୫ରେ ବାର୍ସେଲୋନାର ଷ୍ଟାର ଖେଳାଳି ଲିଓନେଲ ମେସି ଏହି ପୁରସ୍କାର ହାସଲ କରିଥିଲେ ।

Get real time updates directly on you device, subscribe now.