fbpx

ଭୁଲରେ ୪ ବର୍ଷର ପୁଅ ଉପରେ କାର୍ ଚଢ଼ାଇଲେ ବାପା, ଚାଲିଗଲା ନିରୀହର ଜୀବନ

ହାଇଦ୍ରାବାଦ୍: ବାପାଙ୍କ ଭୁଲ ଯୋଗୁଁ ଚାଲିଗଲା ୪ ବର୍ଷର ପୁଅର ଜୀବନ । ଟିକେ ଅବହେଳା ଗୋଟେ ପୁଅକୁ ତାର ବାପାଙ୍କ ଠାରୁ ଅଲଗା କରିଦେଇଛି । ସୂଚନା ଅନୁସାରେ, ହାଇଦ୍ରାବାଦର ଏଲବି ନଗରରେ ରବିବାର ଦିନ ଏକ ହୃଦୟଥରା ଘଟଣା ଘଟିଛି । ଏଠାରେ ମନସୁରାବାଦ୍ ରେ ଜଣେ ବାପା ଭୁଲରେ ନିଜର ୪ ବର୍ଷର ପୁଅ ଉପରେ କାର୍ ଚଢ଼ାଇ ଦେଇଛନ୍ତି । ଯାହାପରେ ତାର ମୃତ୍ୟୁ ହୋଇଯାଇଛି । ତେବେ ଏହାର ଦୃଶ୍ୟ ସିସିଟିଭି ଫୁଟେଜରେ କଏଦ୍ ହୋଇଛି ।

ସିସିଟିଭି ଫୁଟେଜ୍ ରେ କଏଦ୍ ହୋଇଥିବା ଭିଡିଓରୁ ଦେଖିବାକୁ ମିଳିଛି ଯେ, ଆପାର୍ଟମେଣ୍ଟ୍ ବାହାରେ ଗୋଟି ଏ ପିଲା ଖେଳୁଥିବା ଦେଖିବାକୁ ମିଳିଛି । କିଛି ସମୟ ପରେ କାର୍ ରେ ଏକ ବ୍ୟକ୍ତି ବସିଥିବା ଦେଖିବାକୁ ମିଳିଛି । ପୋଲିସ୍ ଅନୁଯାୟୀ, କାର୍ ରେ ଥିବା ବ୍ୟକ୍ତି ଜଣକ ହେଉଛନ୍ତି ଉକ୍ତ ପିଲାର ବାପା । ତେବେ ପିଲାଟି ଖେଳୁଥିବା କଥାକୁ ତାର ବାପା ଧ୍ୟାନ ଦେଇନଥିଲେ । ଏହାପରେ କାର୍ ଟିକୁ ଉକ୍ତ ବ୍ୟକ୍ତି ଜଣକ ପିଲାଟି ଉପରେ ଚଢ଼ାଇଦେଉଛନ୍ତି । ଯେତେବେଳେ ତାର ବାପା ଏହା ଜାଣିବାକୁ ପାଇଛନ୍ତି ।ସ ତାଙ୍କ ପୁଅକୁ ଧରି ଆପାର୍ଟମେଣ୍ଟ ଭିିରକୁ ଦୌଡ଼ି ଯାଉଛନ୍ତି ।

ତେବେ ପିଲାଟିର ନାମ ହେଉଛି ସାତ୍ୱିକ ଓ ବାପାଙ୍କ ନାମ ହେଲା ଲକ୍ଷ୍ମଣ । ପୋଲିସ୍ କହିଛି ଯେ, କାର୍ ଚଢ଼ିଯାଇଥିବାରୁ ତାର ଅବସ୍ଥା ଖୁବ୍ ଗୁରୁତର ହୋଇପଡ଼ିଥିଲା । ତାକୁ ତୁରନ୍ତ ହସ୍ପିଟାଲକୁ ନିଆଯାଇଥିଲା । କିନ୍ତୁ ଡାକ୍ତର ସେଠାରେ ସାତ୍ୱିକକୁ ମୃତ ବୋଲି ଘୋଷଣା କରିଥିଲେ ।

Get real time updates directly on you device, subscribe now.