fbpx

୧୦୫ ବର୍ଷ ଭିତରେ କେତେ ବଦଳିଛି ଆଣ୍ଟର୍କଟିକା? ଫଟୋରେ ଦେଖନ୍ତୁ ସେବେ ଓ ଏବେ ଭିତରେ କଣ ରହିଛି ଫରକ

ନୂଆଦିଲ୍ଲୀ: ଆପଣ ମାନେ ଶୁଣିଥିବେ ନିଶ୍ଚୟ ଯେ, ଲଗାତର ଭାବରେ ପରିବେଶରେ ବାୟୂମଣ୍ଡଳୀୟ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ଏହି କାରଣରୁ ଲଗାତର ଭାବରେ ଭୁସ୍ଖଳନ ହେଉଛି । ନିକଟରେ ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ୍ ହେଉଛି । ଏଥିରେ ୧୦୫ ବର୍ଷ ଅନ୍ତରାଳର ଆଣ୍ଟର୍କଟିକା ଓ ଏବେକାର ଫଟୋକୁ ଯୋଡ଼ି ଏକ ଫଟୋ ଦେଖିବାକୁ ମିଳିଛି । ସେବେ ଆଉ ଏବେର ସମୟ ଭିତରେ ତୁଳନାତ୍ମକ ଚିତ୍ର ଦେଖିବାକୁ ମିଳିଛି । ଫଟୋରେ ସଫା ସଫା ଦେଖିବାକୁ ମିଳିଛି ଯେ, ଆଣ୍ଟର୍କଟିକାରେ ଅଞ୍ଚଳରେ ଖୁବ୍ ଅଧିକ ଭୁସ୍ଖଳନ ହେଉଛି । ଫଟୋଟି ଖୁବ୍ ଆଶ୍ଚର୍ଯ୍ୟକର ଦୃଶ୍ୟମାନ ହେଉଛି ।

ଆଣ୍ଟର୍କଟିକାର ଏହି ଫଟୋକୁ ଜଣେ ଆଇଏଫଏସ୍ ଅଫିସର୍ ନିଜର ଟୁଇଟର୍ ପୃଷ୍ଠାରେ ସେୟାର୍ କରିଛନ୍ତି । ଫଟୋକୁ ସେୟାର୍ କରି ସେ କ୍ୟାପସନ୍ ରେ ଲେଖିଛନ୍ତି, “ଦୁଇଟି ଫଟୋ ଗରମ ଦିନରେ ନିଆଯାଇଛି.. କଣ ଆପଣଙ୍କୁ କିଛି ଖାସ୍ ନଜର ଆସିଲା କି?” । ପ୍ରଥମ ଫଟୋରେ ବରଫ କାନ୍ଥ ପଛରେ ଥିବା ପାହାଡ ଦେଖାଯିବା ମୁସ୍କିଲ ହେଉଛି ସେହିପରି ଦ୍ୱିତୀୟ ଫଟୋରେ କିଛି ଅଲଗା ହିଁ ଚିତ୍ର ଦେଖିବାକୁ ମିଳିଛି । ଦ୍ୱିତୀୟ ଚିତ୍ରରେ ବରଫ ନାହିଁ କହିଲେ ଚଳେ ।

ଫଟୋଟି ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି । ଲୋକମାନେ ଖୁବ୍ ରିଆକ୍ଟ କରୁଛନ୍ତି । ଜଣେ ୟୁଜର୍ କହିଛନ୍ତି ଯେ, ଗାୟବ ହୋଇଯାଇଥିବା ବରଫ ଅନେକ ଜୀବଙ୍କ ନିବାସ ଥିଲା । ଏହା ଏବେ ଉକ୍ତ ଜୀବଙ୍କ ବିଲୁପ୍ତ ହେବାର କାରଣ ପାଲଟିଯାଇଛି । ତେବେ ଅନୁମାନ କରାଯାଇଛି ଯୋ, ୨୧୦୦ ବେଳକୁ ୭ ରୁ୧୦ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିଯିବ ପୃଥିବୀର ତାପମାତ୍ରା ।

 

Get real time updates directly on you device, subscribe now.