fbpx

ରାଜ୍ କୁନ୍ଦ୍ରାଙ୍କୁ ବମ୍ବେ ହାଇକୋର୍ଟର ଝଟକା, ଖାରଜ ହେଲା ଅଗ୍ରୀମ ଜାମିନ୍ ଆବେଦନ

ମୁମ୍ବାଇ: ବଲିଉଡ୍ ଅଭିନେତା ଶିଳ୍ପ ସେଟ୍ଟୀଙ୍କ ସ୍ୱାମୀ ବ୍ୟବସାୟୀ ରାଜ କୁନ୍ଦ୍ର୍ରାଙ୍କୁ ଅଶ୍ଳୀଳ ଭିଡିଓ କରିବା ଓ ତାକୁ ଅପଲୋଡ୍ କରିବା ମାମଲାରେ ଆଉ ଝଟକା ଲାଗିଛି । ବମ୍ବେ ହାଇକୋର୍ଟ ପକ୍ଷରୁ ଅଶ୍ଳୀଳ ଫିଲ୍ମ ରାକେଟ୍ ମାମଲାରେ ଦାୟର୍ ହୋଇଥିବା ଅଗ୍ରୀମ ଜାମିନ୍ ଆବେଦନକୁ ଖାରଜ କରିଦେଇଛନ୍ତି । ବିଗତ ଦିନରେ କୋର୍ଟରେ ନିଜ ଆବେଦନ ମାଧ୍ୟମରେ ରାଜ୍ କହିଥିଲେ ଯେ, ତାଙ୍କ ପ୍ରଡକ୍ସନ୍ କମ୍ପାନୀ ଦ୍ୱାରା ତିଆରି ହୋଇଥିବା ଭିଡିଓ ସବୁ କାମୁକ ଥିଲା କିନ୍ତୁ ଆଡଲ୍ଟ କଣ୍ଟେଣ୍ଟ୍ ନଥିଲା ।

ତେବେ ଅଦାଲତ ରାଜ୍ କୁନ୍ଦ୍ରାଙ୍କର ଦ୍ୱାରା ଦିଆଯାଇଥିବା ଏହି ଦସ୍ତାବିଜ୍ କୁ ଖାରଜ କରିଦେଇଛନ୍ତି । ରାଜ୍ କୁନ୍ଦ୍ରାଙ୍କ ବ୍ୟତୀତ ଅଭିନେତ୍ରୀ ପୁନମ୍ ପାଣ୍ଡେ ଏବଂ ଶେର୍ଲିନ୍ ଚୋପ୍ରାଙ୍କ ସମେତ ମୋଟ ୬ ଜଣ ବ୍ୟକ୍ତି ଜାମିନ ଆବେଦନ କରିଛନ୍ତି। ଏହାପୂର୍ବରୁ ରାଜ କୁନ୍ଦ୍ରାଙ୍କୁ ୧୯ ଜୁଲାଇରେ ଗିରଫ କରାଯାଇଥିଲା। ଏହା ପରେ ପ୍ରାୟ ୨ ମାସ ଜେଲରେ ରହିବା ପରେ ସେ ବର୍ତ୍ତମାନ ଜାମିନ ରେ ମୁକୁଳିଛନ୍ତି ।

Get real time updates directly on you device, subscribe now.