fbpx

ସ୍ୱାମୀ ନଥିବା ବେଳେ ବୋହୁକୁ ଦୁଷ୍କର୍ମ କଲା ଶ୍ୱଶୁର, ଦେଉଥିଲା ହତ୍ୟା ଧମକ

ଭୋପାଳ: ଘରେ ସ୍ୱାମୀର ଅନୁପସ୍ଥିତିରେ ୨୧ ବର୍ଷୀୟା ବୋହୁକୁ ଦୁଷ୍କର୍ମ କରିଛି ଶ୍ୱଶୁର । ଏନେଇ ଅଭିଯୋଗ ଆଣିଛନ୍ତି ପୀଡ଼ିତା । ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ଗୁନା ଜିଲ୍ଲାରେ । ପୀଡ଼ିତା ବୋହୁ ଜଣକ ଗୁନା ପୋଲିସ୍ ଷ୍ଟେସନ୍ ରେ ଅଭିଯୋଗ କରିଛନ୍ତି । ଗୁରୁବାର ଦିନ ପୀଡ଼ିତା ଏନେଇ ଅଭିଯୋଗ କରିବା ପରେ ପୋଲିସ୍ ମାମଲା ରୁଜୁ କରିଛି । ପୀଡ଼ିତା କହିଛନ୍ତି ଯେ, ତାଙ୍କ ସ୍ୱାମୀ ସ୍କୁଲକୁ ଯିବା ସମୟରେ ତାଙ୍କ ଶ୍ୱଶୁର ଜୋରଜବରଦସ୍ତି ଦୁଷ୍କର୍ମ କରିଛନ୍ତି ଓ ଏକଥା ପ୍ରଘଟ କଲେ ମାରିଦେବା ନେଇ ଧମକ ମଧ୍ୟ ଦେଉଛନ୍ତି ।

ସୂଚନା ଅନୁସାରେ, ରାଜସ୍ଥାନର ୨୧ ବର୍ଷୀୟା ମହିଳା ଜଣକ ଗୁନାରେ ରହୁଥିବା ଜଣେ ୨୨ ବର୍ଷିୟ ଯୁବକଙ୍କ ବିବାହ କରିଥିଲେ । ମହିଳାଙ୍କ ସ୍ୱାମୀ ଦ୍ୱାଦଶ ଶ୍ରେଣୀ ଛାତ୍ର ହୋଇଥିବା ବେଳେ ସେ ନିଜ ପତ୍ନୀଙ୍କ ସହିତ ପୋଲିସ୍ ଷ୍ଟେସନ୍ କୁ ମାମଲା ରୁଜୁ କରିବାକୁ ଯାଇଥିଲେ । ପୀଡ଼ିତାଙ୍କ ସ୍ୱାମୀ ନିଜକୁ ଦ୍ୱାଦଶ ଶ୍ରେଣୀର ଛାତ୍ର ବୋଲି ପରିଚୟ ଦେଇଥିଲେ । ତେବେ ସେ ପ୍ରତିଦିନ ସ୍କୁଲ ଯାଆନ୍ତି ।

ତେବେ ମହିଳା ଜଣକ ଏଫଆଇଆର୍ ରେ କହିଛନ୍ତି ଯେ, ସ୍ୱାମୀ ସ୍କୁଲ ଯାଇଥିବା ସମୟର ଫାଇଦା ଉଠାଇ ତାଙ୍କ ଶ୍ୱଶୁର ଦୁଷ୍କର୍ମ କରିଛନ୍ତି ଓ କାହାକୁ ଜଣାଇଲେ ଜୀବନରୁ ମାରିଦେବା ନେଇ ଧମକ ମଧ୍ୟ ଦେଇଛନ୍ତି । ମହିଳା ଜଣକ ଆହୁରି ଅଭିଯୋଗ କରିଛନ୍ତି ଯେ, ତାଙ୍କ ଶ୍ୱଶୁରଙ୍କ ପାଖରେ ଅନେକ ଅବୈଧ ଅସ୍ତ୍ରଶସ୍ତ୍ର ରହିଛି । ଯାହାକୁ ଦେଖାଇ ପରିବାର ଲୋକଙ୍କୁ ଅନେକ ସମୟରେ ଧମକ ଦିଅନ୍ତି ।

ପୋଲିସ୍ ଏହା ମଧ୍ୟ ସୂଚନା ଦେଇଛି ଯେ, ପୀଡ଼ିତା ଜଣକ ଅଭିଯୋଗରେ କହିଛନ୍ତି ତାଙ୍କ ଶ୍ୱଶୁର କେବଳ ତାଙ୍କୁ ନୁହେଁ ପରିବାରର ଅନ୍ୟ କିଛି ଜଣ ମହିଳାଙ୍କୁ ମଧ୍ୟ ଦୁଷ୍କର୍ମ କରିଛି ଓ ସେମାନଙ୍କୁ ଭୟ ଦେଖାଇ ଚୁପ୍ ରହିବାକୁ ବାଧ୍ୟ କରିଛି । ପୋଲିସ୍ ଏପର୍ଯ୍ୟନ୍ତ ଅଭିଯୁକ୍ତକୁ ଗିରଫ କରିନାହିଁ । ମାମଲାକୁ ନେଇ ତଦନ୍ତ ଚଳାଇଛି ।

Get real time updates directly on you device, subscribe now.