fbpx

ରୁଦ୍ରାକ୍ଷ ପିନ୍ଧୁଥିବା ଲୋକମାନେ କରନ୍ତୁ ନାହିଁ ଏହି ଭୁଲ, ଲାଭ ବଦଳରେ ହୋଇଯିବ କ୍ଷତି

ନୂଆଦିଲ୍ଲୀ: ହିନ୍ଦୁ ଧର୍ମ ଓ ଜ୍ୟୋତିଷ ଶାସ୍ତ୍ରରେ ରୁଦ୍ରାକ୍ଷକୁ ଅତ୍ୟନ୍ତ ପବିତ୍ର ଓ ଚମକ୍ରାର ବୋଲି ବିବେଚନା କରାଯାଏ । କୁହାଯାଏ କି, ଭଗବାନ ଶିବଙ୍କ ଆଖିର ଲୁହରୁ ରୁଦ୍ରାକ୍ଷର ଉତ୍ପନ୍ନ ହୋଇଛି । ରୁଦ୍ରାକ୍ଷ ଧାରଣ କରିଥିବା ବ୍ୟକ୍ତିଙ୍କୁ ଭଗବାନ୍ ଶିବଙ୍କ ଆର୍ଶୀବାଦ ମିଳିଥାଏ । ଏଥିରୁ ବ୍ୟକ୍ତିର ସମସ୍ତ ଅସୁବିଧା ଦୂରେଇ ଯିବା ସହିତ ମନୋକାମନା ପୂରଣ ହୋଇଥାଏ । ବିଜ୍ଞାନରେ ରୁଦ୍ରାକ୍ଷକୁ ଅତ୍ୟନ୍ତ ପ୍ରଭାବଶାଳୀ ବୋଲି କୁହାଯାଏ । ଏହା ଯୋଗୁଁ ଅନେକ ରୋଗରୁ ରକ୍ଷା କରିଥାଏ । କୁଣ୍ଡଳୀରେ ଅନେକ ଦୋଷ ଦୂର କରିବାକୁ ରୁଦ୍ରାକ୍ଷର ବ୍ୟବହାର କରାଯାଏ ।

ତେବେ ରୁଦ୍ରାକ୍ଷର ଲାଭ ଉଠାଇବାକୁ ଚାହୁଁଥିଲେ ଅନେକ ବିଧି-ବିଧାନ ପାଳନ କରିବା ଉଚିତ୍ । ଏହା ସହିତ ଅନେକ ନିୟମ ମଧ୍ୟ ପାଳନ କରିବା ଜରୁରୀ । ଯଦି ରୁଦ୍ରାକ୍ଷ ପିନ୍ଧିଥିବା ବ୍ୟକ୍ତି ଏହି ନିୟମକୁ ପାଳନ ନକରନ୍ତି, ତେବେ ଭଗବାନ ଶିବ କ୍ରୋଧିତ ହୋଇପାରନ୍ତି । ତେବେ ଆସନ୍ତୁ ଜାଣିବା ସେଗୁଡିକ କ’ଣ…

– ସବୁବେଳେ ରୁଦ୍ରାକ୍ଷକୁ ନାଲି କିମ୍ବା ହଳଦିଆ ସୂତାରେ ପିନ୍ଧନ୍ତୁ । କଳା ସୂତାରେ ରୁଦ୍ରାକ୍ଷ ପିନ୍ଧିବା ଅତ୍ୟନ୍ତ ଅଶୁଭ ହୋଇଥାଏ ।

– ରୁଦ୍ରାକ୍ଷ ଅତ୍ୟନ୍ତ ପବିତ୍ର ହୋଇଥାଏ । ଏଥିପାଇଁ ସ୍ନାନ କରିବା ପରେ ପରିଷ୍କାର ପୋଷାକ ପିନ୍ଧି ଏହାକୁ ପିନ୍ଧନ୍ତୁ ।

– ରୁଦ୍ରାକ୍ଷ ପିନ୍ଧିବାବେଳେ ଓମ୍ ନମଃ ଶିବାୟ ମନ୍ତ୍ର ଜପ କରନ୍ତୁ ।

– ଭୁଲରେ ବି ମଇଳା ହାତରେ ରୁଦ୍ରାକ୍ଷଙ୍କୁ ସ୍ପର୍ଶ କରନ୍ତୁ ନାହିଁ ।

– ଅନ୍ୟର ରୁଦ୍ରାକ୍ଷ ପିନ୍ଧନ୍ତୁ ନାହିଁ କି ନିଜେ ପିନ୍ଧିଥିବା ରୁଦ୍ରାକ୍ଷ ଆଉ କାହାକୁ ଦିଅନ୍ତୁ ନାହିଁ ।

– ରୁଦ୍ରାକ୍ଷକୁ ହଳଦିଆ କିମ୍ବା ନାଲି ସୂତାରେ ପିନ୍ଧନ୍ତୁ ନଚେତ୍ ସୁନା କିମ୍ବା ରୂପାରେ ବି ପିନ୍ଧିପାରିବେ ।

– ରୁଦ୍ରାକ୍ଷ ପିନ୍ଧିଥିବା ଲୋକମାନେ କେବେ ବି ନନ୍ ଭେଜ୍, ମଦ୍ୟପାନ କରନ୍ତୁ ନାହିଁ । ଏପରି କରିବା ଦ୍ୱାରା ଭଗବାନ ଶିବ କ୍ରୋଧିତ ହେବା ସହିତ ଆପଣଙ୍କୁ ଓଲଟା ଫଳ ମିଳିପାରେ ।

Get real time updates directly on you device, subscribe now.