fbpx

‘ମୁଁ ଜଣେ ମହିଳା ସାଂସଦ, ମୁଁ ସୁରକ୍ଷିତ ନୁହେଁ’- ଆଚାର୍ଯ୍ୟବିହାର ଘଟଣା ପରେ ଏପରି ପ୍ରତିକ୍ରିୟା ରଖିଲେ ଅପରାଜିତା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତକାଲିର ଆଚାର୍ଯ୍ୟବିହାର ଘଟଣାକୁ ନେଇ ପ୍ରେସମିଟ୍ ଜରିଆରେ ବିଜେଡ଼ି ସରକାରଙ୍କ ଉପରେ ବର୍ଷିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ । କାଲି ଆଚାର୍ଯ୍ୟ ବିହାରରେ ଅପରାଜିତାଙ୍କ ବୈଠକ ସମୟରେ ଗଣ୍ଡଗୋଳ ହୋଇଥିଲା । ସେ ପ୍ରେସମିଟ୍ ରେ କହିଛନ୍ତି ଯେ, “ବୈଠକ ଆୟୋଜନ କରିଥିବା କର୍ମକର୍ତ୍ତାଙ୍କୁ ବିଜେଡ଼ି ପକ୍ଷରୁ ଧମକଚମକ ମିଳିଥିଲା । ପରିଷଦ ହଲରେ ବୈଠକ ନ କରିବାରୁ ଆୟୋଜକଙ୍କୁ ଧମକ ଦେଇଥିଲେ । ଆୟୋଜକ ମାନେ ପରିଷଦ ହଲରେ ବୈଠକ ନ କରି ଜଣଙ୍କ ଘରେ କରିଥିଲେ । ଏହି ବୈଠକ ପୂଜା ମହାନ୍ତି ନାମକ ଜଣେ ବିଧବାଙ୍କ ଘରେ ବସିଥିଲା । ଏହି ସମୟରେ ବାହାରେ କିଛି ଲୋକ ହୋହାଲ୍ଲା କରିଥିଲେ” ।

ସେ ଆଗକୁ କହିଛନ୍ତି ଯେ, “ହୋହାଲ୍ଲା କରୁଥିବା ଲୋକମାନେ ସାଂସଦ ଡାଉନ୍ ଡାଉନ୍, ଗୋ ବ୍ୟାକ୍ ନାରା ଦେଇଥିଲେ । ମୋ ଉଦ୍ଦେଶ୍ୟରେ ଅଣ୍ଡା ଓ ପଥର ମାଡ କରାଯାଇଥିଲା । ଏଲପିଜି ଓ ତେଲ ଦର ବୃଦ୍ଧିକୁ ନେଇ କୌଣସି ସ୍ଲୋଗାନ ନଥିଲା । କେବଳ ମୋତେ ଟାର୍ଗେଟ୍ କରି ସ୍ଲୋଗାନ ଦିଆଯାଇଥିଲା । ବରିଷ୍ଠ ନାଗରିକଙ୍କୁ ଟେକା ବାଜିଥିଲେ କିଏ ଦାୟୀ ରହିଥାନ୍ତା ବୋଲି କହିଛନ୍ତି ଅପରାଜିତା ।

ଏଥିରେ କ୍ଷୁବ୍ଧ ହୋଇ ଅପରାଜିତା କହିଛନ୍ତି ଯେ, ମୁଁ ଉଭୟ ବିରୋଧ ଓ ସମର୍ଥନକୁ ସ୍ୱାଗତ କରିଥାଏ । ପ୍ରତ୍ୟେକ ବିରୋଧକୁ ଶାଳୀନତାର ସହିତ କରାଯିବା ଆବଶ୍ୟକ । ଏନସିଆରବି ୨୦୨୦ ଅନୁଯାୟୀ ମହିଳା ଅତ୍ୟାଚାରରେ ଓଡ଼ିଶା ଦ୍ୱିତୀୟ ସ୍ଥାନରେ ରହିଛି । ଜଣେ ମହିଳା ସାଂସଦଙ୍କୁ କାହିଁକି ହାରାସ୍ କରାଯାଉଛି । ଏଥିସହିତ ଆଚାର୍ଯ୍ୟ ବିହାରରେ ହୋଇଥିବା ଘଟଣାକୁ ଗୁଣ୍ଡାଗର୍ଦ୍ଦି ବୋଲି କହିଛନ୍ତି ସାଂସଦ ।

ତେଣୁ ଜଣେ ମହିଳା ସାଂସଦ ହିସାବରେ ମୋତେ କାମ କରିବାକୁ ଦିଆଯାଉ । ମୁଁ କାଲି ଠାରୁ ବୁଲି ବୁଲି ଲୋକଙ୍କ ପାଖକୁ ଯାଇ କାମ କରିବି । ଏଥିରେ ମୋତେ ରାଜ୍ୟ ସରକାର ସୁରକ୍ଷା ପ୍ରଦାନ କରିବା ରାଜ୍ୟ ସରକାରଙ୍କ କାର୍ଯ୍ୟ । ଗତକାଲିର ଘଟଣାକୁ ନେଇ ପୋଲିସ୍ ଓ ପ୍ରଶାସନକୁ ଅବଗତ କରିଛି । ସମସ୍ତ ଘଟଣାର ଭିଡିଓ ଫୁଟେଜ୍ ମଧ୍ୟ ରଖାଯାଇଛି । ଏସବୁକୁ ପୋଲିସ୍ କୁ ଦିଆଯାଇଛି । ଏଥିରେ ପୋଲିସ୍ କଣ କାର୍ଯ୍ୟନୁଷ୍ଠାନ ନେଉଛି ତାହା ଦେଖିବାକୁ ବାକି ରହିଲା । ଆଚାର୍ଯ୍ୟବିହାର ଘଟଣାକୁ ସଂସଦରେ ଉଠାଇବେ କହିଛନ୍ତି ଅପରାଜିତା ।

Get real time updates directly on you device, subscribe now.