fbpx

ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଝିଅ ଇଡିରେ ହାଜର, ଜାଣନ୍ତୁ ସମନର କାରଣ

ଭୁବନେଶ୍ୱର(ଓଡ଼ିଶା ଭାସ୍କର):ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଝିଅ ଶ୍ରୁତି ପାଣିଗ୍ରାହୀ ଆଜି ଇଡିରେ ହାଜର ହୋଇଛନ୍ତି । ଟାଟାର ନାଁ ନେଇ ଫେକ୍ ନିଯୁକ୍ତି ଅଭିଯୋଗରେ ତାଙ୍କୁ ପକ୍ଷଭୁକ୍ତ କରାଯାଇଛି । ଏହାକୁ ନେଇ ଶ୍ରୁତି ପାଣିଗ୍ରାହୀ ଇଡି ପାଖରେ ହାଜର ହୋଇଛନ୍ତି । ପୂର୍ବରୁ ଇଡିରେ ହାଜର ହେବା ପାଇଁ ସମନ ହୋଇଥିଲା ।

ତେବେ ପୂର୍ବରୁ ୮ କୋଟି ଟଙ୍କା ବ୍ୟାଙ୍କ କାରବାର ହୋଇଥିଲା । ଏହାକୁ ନେଇ ଅନେକ ପ୍ରମାଣ ଇଡି ହାତରେ ଲାଗିଥିଲା । ସେହି ପ୍ରମାଣ ଆଧାରରେ ଇଡି ପ୍ରଥମେ ଆକାଶ ପାଠକଙ୍କୁ ଝାଡପଡ଼ା ଜେଲରେ ପଚରାଉଚରା କରିସାରିଛି । ଏହି ଲିଙ୍କରେ ଶ୍ରୁତି ପାଣିଗ୍ରାହୀଙ୍କ ସଂପୃକ୍ତି ଥିବା ଖବର ମିଳିଛି । ଯେଉଁ ୮ କୋଟି ଟଙ୍କା ବ୍ୟାଙ୍କ କାରବାର ହୋଇଥିବା, ସେଥିରୁ କିଛି ଟଙ୍କା ଶ୍ରୁତିଙ୍କ ବ୍ୟାଙ୍କ ଆକାଉଣ୍ଟକୁ ମଧ୍ୟ ଯାଇଥିଲା । କିନ୍ତୁ କେତେ ଟଙ୍କା ଶ୍ରୁତିଙ୍କ ଆକାଉଣ୍ଟକୁ ଯାଇଥିଲା, ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ଭାବେ କୁହାଯାଇନାହିଁ । ଏହି ଟଙ୍କା କାରବାର ଉପରେ ଅଧିକ ପଚରାଉଚରା କରିବା ପାଇଁ ଶ୍ରୁତିଙ୍କୁ ସମନ କରିଥିଲା ଇଡି ।

Get real time updates directly on you device, subscribe now.