fbpx

‘ଆନ୍ଦୋଳନ ବେଳେ ମୃତ୍ୟୁବରଣ କରିଥିବା ଚାଷୀଙ୍କ କୌଣସି ତଥ୍ୟ ନାହିଁ, ତେଣୁ ଆର୍ଥିକ ସହାୟତା ବି ନାହିଁ’: କେନ୍ଦ୍ର

ନୂଆଦିଲ୍ଲୀ: କୃଷି ଆଇନ ପ୍ରତ୍ୟାହାର ସମୟରେ ଲକ୍ଷ ଲକ୍ଷ ଚାଷୀ ବିଭିନ୍ନ ରାଜ୍ୟରେ ଭୋକ ଉପାସରେ ବସି ଆନ୍ଦୋଳନ ଜାରି ରଖିଥିଲେ । ଏହି ସମୟରେ ବିଭିନ୍ନ କାରଣରୁ ଅନେକ ଚାଷୀଙ୍କ ମୃତ୍ୟୁ ହୋଇଥିଲା । ତେବେ ଏହି ପ୍ରସଙ୍ଗକୁ ନେଇ ସଂସଦରେ ହଙ୍ଗାମା ଦେଖିବାକୁ ମିଳିଛି । କେନ୍ଦ୍ର ପକ୍ଷରୁ ଏହି ମାମଲାକୁ ନେଇ କୁହାଯାଇଛି ଯେ, ଚାଷୀ ଆନ୍ଦୋନଳ ସମୟରେ କେତେ ସଂଖ୍ୟକ ଚାଷୀଙ୍କ ମୃତ୍ୟୁ ହୋଇଛି ତାହାର କୌଣସି ଡାଟା ବା ତଥ୍ୟ ନାହିୂଁ । ଏଥିସହିତ ସେମାନଙ୍କ ବିରୋଧରେ କୌଣସି ମାମଲା ରୁଜୁ ମଧ୍ୟ ହୋଇନାହିଁ । ଏହି ପରିସ୍ଥିତିରେ ସେମାନଙ୍କୁ ଆର୍ଥିକ ସହାୟତା ଦେବାର କୌଣସି ପ୍ରଶ୍ନ ହିଁ ଉଠୁନି । ତେବେ ଏହି କତା କହିଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ ସିଂ ତୋମାର । ସେ ଲିଖିତ ଆକାରରେ ଏହି ପ୍ରଶ୍ନ ଜବାବ ଦେଇଛନ୍ତି ।

ତେବେ ମନ୍ତ୍ରୀଙ୍କ ପ୍ରଶ୍ନ କରାଯାଇଥିଲା ଯେ, କଣ ସରକାରଙ୍କ ପାଖରେ ମୃତ ଚାଷୀଙ୍କ କୌଣସି ଆକଳନ ଳରହିଛି? କଣ ସରକାର ସେମାନଙ୍କ ପରିବାରକୁ ଆର୍ଥିକ ସହାୟତା ଦେବା କଥା ଭାବଛନ୍ତି? ଏହି ପ୍ରଶ୍ନର ଉତ୍ତରରେ କୃଷି ମନ୍ତ୍ରୀ ନିଜର ଜବାବ ରଖିଛନ୍ତି । ସେ ଏହା ମଧ୍ୟ ନିଜ ଜବାବ ରେ କହିଛନ୍ତି ଯେ, କେନ୍ଦ୍ର ସରକାର କୃଷି ନେତାଙ୍କ ସହିତ ୧୧ ରାଉଣ୍ଡ ଆଲୋଚନା କରିଥିଲେ ହେଲେ କୌଣସି ସୁଫଳ ମିଳିନଥିଲା । ଅନ୍ୟପଟେ କୃଷକ ସଂଗଠନ ଦାବି କରିଛନ୍ତି ଯେ, ଆନ୍ଦୋଳନ ସମୟରେ ୭୦୦ରୁ ଅଧିକ ଚାଷୀଙ୍କ ମୃତ୍ୟୁ ହୋଇଛି ।

Get real time updates directly on you device, subscribe now.