fbpx

ସୁନ୍ଦରତା ପାଇଁ ଖାଇବାକୁ ପଡ଼େ ୫୦ ଚାପୁଡ଼ା ! ଜାଣନ୍ତୁ କେଉଁଠି ରହିଛି ଏଭଳି ଥେରାପୀ

ସୁନ୍ଦରତା ପାଇଁ ଅନେକ ଉପାୟ ଗ୍ରହଣ କରାଯାଏ । କିନ୍ତୁ କ’ଣ ଆପଣ ଜାଣନ୍ତି ସୁନ୍ଦରତା ବଢ଼ାଇବା ପାଇଁ ଦୁନିଆରେ ଏକ ଅଦ୍ଭୁତ ଥେରାପୀ ରହିଛି ଯାହା ସ୍ଲାପ୍ ଥେରାପୀ ବା ଚାପୁଡ଼ା ଥେରାପୀ ବୋଲି ଭାବରେ ଜଣା । ଏଥିର ଚାପୁଡ଼ା ମାରି ଲୋକଙ୍କ ସୁନ୍ଦରତା ବଢ଼ାଯାଇଥାଏ । ଏହାକୁ ସ୍ଲାପ୍ ଥେରାପୀ କୋରିଆ ନାମରେ ଜଣାଯାଇଥାଏ କାରଣ ଏହା ଦକ୍ଷିଣ କୋରିଆ ଅଧିକ ପ୍ରଚଳିତ ।

ସ୍ଲାପ ଥିଓରୀର ବ୍ୟବହାର ସାଉଥ କୋରିଆର ମହିଳାମାନେ ଅନେକ ବର୍ଷ ପୂର୍ବରୁ କରିଆସୁଛନ୍ତି । ଏଥିରେ ମହିଳାମାନେ ନିଜର ସୁନ୍ଦରତା ବଢ଼ାଇବା ପାଇଁ ପ୍ରତିଦିନ ୫୦ ଚାପୁଡ଼ା ଖାଇଥାନ୍ତି । କୁହାଯାଏ ଏମିତି କରିବା ଦ୍ୱାରା ଚେହେରା ଉଜ୍ୱଳ ଦେଖାଯାଏ, ଏହାଦ୍ୱାରା ମହିଳା ପୂର୍ବରୁ ଅଧିକ ସୁନ୍ଦର ଦେଖାଯାନ୍ତି । ତେବେ ଏମିତି ନୁହେଁ ଯେ ଏହି ଥେରାପୀରେ ଜୋରରେ ଚାପୁଡ଼ା ମରାଯାଏ । ଏଥିରେ ଧୀରେ ଏବଂ ହାଲୁକା ଭାବରେ ଚାପୁଡ଼ା ମରାଯାଏ । କହିବାକୁ ଗଲେ ନିଜ ହାତରେ ନିଜ ଗାଲକୁ ଥାପୁଡାଇବା ଭଳି । ଏବେ ଏହି ଥେରାପୀ ଏବେ ସାରା ବିଶ୍ୱରେ ପ୍ରଚଳିତ ହେବାକୁ ଲାଗିଲାଣି ।

ସାଉଥ କୋରିଆ ଲୋକଙ୍କ ମନରେ ବିଶ୍ୱାସ ରହିଛି ଏହି ଥେରାପୀ ମାଧ୍ୟମରେ ଗାଲରେ ଚାପୁଡ଼ା ମାରିବା ଦ୍ୱାରା ଚେହେରାର ପ୍ରତ୍ୟେକ ଅଂଶରେ ରକ୍ତ ସଞ୍ଚାଳନ ଭଲ ହୋଇଥାଏ । ଏହାଦ୍ୱାରା ଚେହେରା ସଫା ହୋଇଥାଏ ଏବଂ ଚମକ ଆସିଥାଏ । ଯାହାକୁ ସାଉଥ କୋରିଆର ମହିଳାମାନେ ପ୍ରତିଦିନ କରିଥାନ୍ତି । ଏମିତିକି ଏହାକୁ ଛୋଟବେଳୁ ଆପଣାଇଥାନ୍ତି । ଦକ୍ଷିଣ କୋରିଆରେ ପୁରୁଷମାନେ ମଧ୍ୟ ଏହି ଥେରାପୀ ନେଇଥାନ୍ତି । ଏହି ଥେରାପୀ ଦ୍ୱାରା ଚେହେରା ଅଧିକ ଯବାନ ଦେଖାଯାଇଥାଏ ବୋଲି ଦକ୍ଷିଣ କୋରିଆରେ କୁହାଯାଏ ।

Get real time updates directly on you device, subscribe now.