fbpx

କ୍ରିକେଟରଙ୍କ ସହ ସାତଫେରା ନେଲେ ଅପରାଜିତା ଗୋଚ୍ଛିକାର; ଯୋଗ ଦେଲେ ଏକାଧିକ କ୍ରୀଡାବିତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଦୁଇ ଜଣାଶୁଣା କ୍ରୀଡ଼ାବିତ କ୍ରିକେଟର ସୌରଜିତ ପ୍ରଧାନୀ ଏବଂ ଚେସ ଯୁବରାଣୀ ଅପରାଜିତା ଗୋଚ୍ଛିକାର ବୁଧବାର ପୁରୀରେ ଜଗନ୍ନାଥ ସଂସ୍କୃତି, ବିଧି ଓ ରୀତିନୀତି ଅନୁସାରେ ବିବାହ କରିଛନ୍ତି । କନିଷ୍ଠ ବୟସ ବର୍ଗରେ ରାଜ୍ୟ କ୍ରିକେଟ ଦଳରୁ ଖେଳିଥିବା ସୌରଜିତ ଏବେ ଜଣେ ଇନଭେଷ୍ଟମେଣ୍ଟ ବ୍ୟାଙ୍କର୍ ଭାବେ ବାଙ୍ଗାଲୋରରେ ଅବସ୍ଥାପିତ ।

ଅନ୍ତର୍ଜାତୀୟ ଚେସ ଖେଳାଳି ଅପରାଜିତା ଏବେ ଭୁବନେଶ୍ୱର ନାଲକୋରେ ନିଯୁକ୍ତ ଅଛନ୍ତି । ବିବାହ ଉତ୍ସବରେ ଅପରାଜିତାଙ୍କ ପିତା ରାମନାରାୟଣ ଗୋଚ୍ଛିକାର, ମା’ ଗୀତା ଗୋଚ୍ଛିକାର ଏବଂ ସୌରଜିତଙ୍କ ପିତାମାତା ଦାମୋଦର ପ୍ରଧାନୀ, ସନ୍ଧ୍ୟାରାଣୀ ପ୍ରଧାନୀଙ୍କ ସହିତ ଅଲିମ୍ପିଆନ୍ ଅନୁରାଧା ବିଶ୍ୱାଳ, ଦୂତି ଚାନ୍ଦ, କ୍ରିକେଟର ଦେବାଶିଷ ମହାନ୍ତି, ଶିବସୁନ୍ଦର ଦାସ ଏବଂ କ୍ରୀଡ଼ା ଦୁନିଆର ବହୁ ବ୍ୟକ୍ତିତ୍ୱ ଅଂଶଗ୍ରହଣ କରିଥିଲେ ।

Get real time updates directly on you device, subscribe now.