fbpx

ପଞ୍ଚଭୂତରେ ବିଲୀନ ହେଲେ ଶହୀଦ ରାଣାପ୍ରତାପ: ଅନୁଗୁଳରେ ଶୋକାକୁଳ ପରିବେଶ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଓଡ଼ିଆ ଶହୀଦ ରାଣାପ୍ରତାପ ଦାସଙ୍କ ପାଇଁ ଲୁହ ଝରାଉଛି ରାଜ୍ୟ । ଅନୁଗୁଳର ଏହି ବୀରପୁତ୍ର ଜଣଙ୍କ ଆଜି ନିଜ ଜନ୍ମ ମାଟିରେ ପଞ୍ଚଭୂତରେ ବିଲୀନ ହୋଇଛନ୍ତି । ଗାଁ ମାଟି କୃଷ୍ଣଚନ୍ଦ୍ରପୁରରେ ରାଣାପ୍ରତାପଙ୍କ ଅନ୍ତିମ ସଂସ୍କାର ସମାପନ କରାଯାଇଥିଲା । ପୁତୁରା ଆତିସ ଦାସ ମୁଖାଗ୍ନି ଦେଇଥିବା ବେଳେ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା ।

ଉଲ୍ଲେଖଯୋଗ୍ୟ ଯେ, ସିଡିଏସ୍ ବିପିନ ରାୱତଙ୍କ ସହିତ ଯାଉଥିବା ବେଳେ ହେଲିକପ୍ଟର କ୍ରାସ କାରଣରୁ ୧୩ ଜଣଙ୍କ ନିହତ ହୋଇଥିଲା । ଓଡ଼ିଆ ପୁଅ ରାଣା ପ୍ରତାପ ଏହି ଶହୀଦଙ୍କ ମଧ୍ୟରେ ରହିଥିଲେ । ସିଡିଏସ ବିପିନ ରାୱତ ଏବଂ ପତ୍ନୀ ମଧୁଲିକାଙ୍କ ସହିତ ୧୧ ଜଣ ସେନାଧିକାରୀ ଏହି ଭୟାବହ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ ।

Get real time updates directly on you device, subscribe now.