fbpx

ଏଲ୍‌ପିଜି ସିଲିଣ୍ଡର ବୁକିଙ୍ଗ୍‌ କରନ୍ତୁ, କ୍ୟାସ୍‌ବ୍ୟାକ୍‌ ଅଫର ପାଆନ୍ତୁ: ଜାଣନ୍ତୁ କିପରି କରିବେ

ନୂଆଦିଲ୍ଲୀ (ଭାସ୍କର ନ୍ୟୁଜ୍) : ଏଲ୍‌ପିଜି ସିଲିଣ୍ଡର ଦର ବୃଦ୍ଧିକୁ ନେଇ ଗ୍ରାହକ ଚିନ୍ତାରେ ଥିବାବେଳେ ‘ପେଟିଏମ୍‌’ ଆଣିଛି କ୍ୟାସ୍‌ବ୍ୟାକ୍‌ ଅଫର । ଏଥର ଗ୍ରାହକ ସିଲିଣ୍ଡର ବୁକିଙ୍ଗ କରି ପାଇପାରିବେ କ୍ୟାସବ୍ୟାକ୍‌ ଅଫର । ଏକ ସ୍ୱତନ୍ତ୍ର ଅଫର ଅଧିନରେ ଏଲ୍‌ପିଜି ସିଲିଣ୍ଡର ବୁକିଙ୍ଗ କଲେ ଗ୍ରାହକ ପାଇପାରିବେ ୨୭୦୦ ଟଙ୍କାର କ୍ୟାସ୍‌ବ୍ୟାକ୍‌ ଅଫର । ଏହା ସହ ଗ୍ରାହକ ପାଇପାରିବେ ଆହୁରି ଅନେକ ସୁବିଧା ।ଏହି ସୁବିଧା ପାଇବାକୁ ଆପଣଙ୍କୁ ଅଧିକ କିଛି ନୁହେଁ ବରଂ ‘ପେଟିଏମ’ ମାଧ୍ୟମରେ ଗ୍ୟାସ ବୁକିଙ୍ଗ କରିବାକୁ ପଡିବ । ଯଦି ‘ପେ ଟିଏମ୍‌’ରେ ଗ୍ୟାସ ବୁକିଙ୍ଗ କରୁଛନ୍ତି ତେବେ ଆପଣଙ୍କୁ ୨୭୦୦ ଟଙ୍କାର ସିଧାସଳଖ ପାଇଦା ହେବ । କାରଣ ଏଲ୍‌ପିଜି ସିଲିଣ୍ଡର ବୁକିଙ୍ଗ ଉପରେ କ୍ୟାସବ୍ୟାକ୍‌ ସହ ଏକାଧିକ ସୁବିଧା ବାବଦରେ ଘୋଷଣା କରିଛି ‘ପେ ଟିଏମ୍‌’ । ଆରମ୍ଭ ହୋଇଛି ୩ ପେ ୨୭୦୦ କ୍ୟାସବ୍ୟାକ୍‌ ଅଫର (୩ ଚବଚ୍ଚ ୨୭୦୦ ଉବଗ୍ଦଷଭବମଳ ଙଲଲରକ୍ସ) ନାଁରେ ଏକ ନୂଆ ସ୍କିମ୍‌ । ଏହି ସୁବିଧା ନୂଆ ଗ୍ରାହକଙ୍କ ପାଇଁ ଲାଗୁ ହେବ । ଏହି ସ୍କିମରେ ନୂଆ ଗ୍ରାହକଙ୍କୁ ପ୍ରଥମ ୩ ମାସ ଯାଏଁ ଗ୍ୟାସ ବୁକିଙ୍ଗ ଉପରେ ୯୦୦ ଟଙ୍କା ପର୍ଯ୍ୟନ୍ତ ସୁନିଶ୍ଚିତ କ୍ୟାସ୍‌ବ୍ୟାକ୍‌ ମିଳିବ । ଏହି ଅଫର ପାଇଁ କିଛି ସର୍ତ୍ତ ମଧ୍ୟ ରହିଛି ବୋଲି ଜଣାପଡିଛି ।

Get real time updates directly on you device, subscribe now.