fbpx

୨୪ ଘଣ୍ଟା ଭିତରେ ୧୦ ଥର କରୋନା ଟିକା ଲଗାଇଲେ ଜଣେ ବ୍ୟକ୍ତି, ଆଉ ତା’ପରେ…

ନ୍ୟୁଜିଲ୍ୟାଣ୍ଡ: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଏବେ ବିଶ୍ୱରେ ଚିନ୍ତା ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ଜଣେ ବ୍ୟକ୍ତି କରୋନା ଟିକାକୁ ନେଇ ସମସ୍ତ ସୀମା ଅତିକ୍ରମ କରିଛନ୍ତି । ସେ ଗତ ୨୪ ଘଣ୍ଟା ମଧ୍ୟରେ ୧୦ ଥର କରୋନା ଟିକା ଲଗାଇଥିଲା ଜଣାପଡିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟକୁ ଏବିଷୟରେ ଜଣାପଡିବା ପରେ ହଇଚଇ ସୃଷ୍ଟି ହୋଇଥିଲା । ଏହା ପରେ ମାମଲା ଯାଞ୍ଚ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା ।

ଅନ୍ୟପଟେ ବିଶେଷଜ୍ଞମାନେ କହିଛନ୍ତି ଯେ, ଏଭଳି ପରିସ୍ଥିତିରେ ବ୍ୟକ୍ତିର ଜୀବନ ବିପଦରେ ପଡିପାରେ । ଏହି ମାମଲା ନ୍ୟୁଜିଲ୍ୟାଣ୍ଡର ଘଟିଛି, ଯେଉଁଠାରେ ଜଣେ ବ୍ୟକ୍ତି ମାତ୍ର ୨୪ ଘଣ୍ଟା ମଧ୍ୟରେ ୧୦ ଥର କରୋନା ଟିକା ନେଇଛନ୍ତି । କୁହାଯାଉଛି ଯେ, ଏଥିପାଇଁ ବ୍ୟକ୍ତିଜଣକ ଗୋଟିଏ ଦିନରେ ଅନେକ ଟିକାକରଣ କେନ୍ଦ୍ର ବୁଲିଥିଲେ ଓ ପ୍ରତ୍ୟେକ ଡୋଜ ପାଇଁ ତାଙ୍କୁ ଟଙ୍କା ଦିଆଯାଇଥିଲା ।

ଏହି ସୂଚନା ପାଇବା ମାତ୍ରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହାକୁ ଗୁରୁତର ସହ ନେଇଛି । ଏବେ ସେହି ବ୍ୟକ୍ତିଙ୍କ ଛାନଭିନ୍ ଚାଲିଛି । ଏହି ମାମଲାକୁ ନେଇ ସ୍ୱାସ୍ଥ୍ୟ ବିଭାଗର ପରାମର୍ଶଦାତା ବା ଅକଲ୍ୟାଣ୍ଡ ୟୁନିଭରସିଟିର ପ୍ରଫେସର ନିକ୍କି ଟର୍ନର କହିଛନ୍ତି ଯେ, ‘ଗୋଟିଏ ଦିନରେ ଏତେ ସଂଖ୍ୟକ ଟିକା ନେବା ବିଷୟରେ କୌଣସି ତଥ୍ୟ ନାହିଁ । ଟିକାର ଏକାଧିକ ମାତ୍ରା ଗ୍ରହଣ କରିବାର ପାର୍ଶ୍ୱ ପ୍ରତିକ୍ରିୟା ଅଧିକ ରହିଛି । ବର୍ତ୍ତମାନ ସ୍ୱାସ୍ଥ୍ୟ ବିଭାଗର କର୍ମୀମାନେ ଟିକା ନେଇଥିବା ଯୁବକଙ୍କୁ ଖୋଜୁଛନ୍ତି ।’

Get real time updates directly on you device, subscribe now.