fbpx

କମିଲା ତେଲ ଦର! ଜାଣନ୍ତୁ ଲିଟର ପିଛା କେତେ

ନୂଆଦିଲ୍ଲୀ : ଗତ କିଛି ଦିନ ମଧ୍ୟରେ ଖାଇବା ତେଲ ଦାମରେ ହ୍ରାସ ଘଟିଥିବା ଦେଖିବାକୁ ମିଳିଛି । ଆମଦାନୀ ଶୁଳ୍କ କମିବା କାରଣରୁ ଖାଇବା ତେଲ ଦାମରେ ଗତ ଏକ ମାସ ମଧ୍ୟରେ ୮ରୁ ୧୦ ଟଙ୍କା ହ୍ରାସ ଘଟିଛି । ଏସଇଏ ମୁତାବକ, ତୈଳବୀଜର ଅଧିକ ଘରୋଇ ଉତ୍ପାଦନ ଓ ଗ୍ଲୋବାଲ ମାର୍ଗେଟରେ ଅବନତି କାରଣରୁ ଖାଇବା ତେଲର ଦାମ୍ ଲିଟର ପିଛା ପୁଣି ୩ରୁ ୪ ଟଙ୍କା କମିପାରେ ।

ଏସଇଏର ସଭାପତି ଅତୁଲ ଚତୁର୍ବେଦୀ କହିଛନ୍ତି ଯେ, ‘କମ୍ପାନୀର ସଦସ୍ୟମାନେ ଗ୍ରାହକମାନଙ୍କୁ କମ୍ ଦାମରେ ଲାଭ ଦେବାକୁ ପ୍ରଥମରୁ ଚେଷ୍ଟା କରୁଛନ୍ତି । ଭବିଷ୍ୟତରେ ତେଲ ଦର ଲିଟର ପିଛା ୩ରୁ ୪ ଟଙ୍କା ହ୍ରାସ ହେବାର ସମ୍ଭାବନା ରହିଛି ।’

Get real time updates directly on you device, subscribe now.