fbpx

Divorce ଶୁଣାଣି ପାଇଁ କୋର୍ଟ ଆସିଲେନି ସୁମିତ: କୋର୍ଟରୁ ବାହାରି କଣ କହିଲେ ତପସ୍ୱିନୀ, ଦେଖନ୍ତୁ VIdeo

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ତପସ୍ୱିନୀ ଦାସ-ଡାକ୍ତର ସୁମିତ ମାମଲା ଏବେ ଅଲଗା ମୋଡ ନେବାରେ ଲାଗିଛି । କୋର୍ଟଙ୍କ ଆଦେଶ ସତ୍ତେ୍ୱ ଡାକ୍ତର ସୁମିତ ଫେରାର ହୋଇ ଯାଇଥିବା ବେଳେ ସୋମବାର ଡିଭୋର୍ସ କେସର ଶୁଣାଣି ପାଇଁ ମଧ୍ୟ ପହଞ୍ଚି ନଥିଲେ । ସୁମିତ ଅନୁପସ୍ଥିତ ରହିଥିବା ବେଳେ କୋର୍ଟରେ ହାଜିରା ଦେଇ ନିରାଶାର ସହିତ ଫେରିଥିଲେ ତପସ୍ୱିନୀ । କୋର୍ଟରୁ ଫେରିବା ପରେ ଡିମ୍ପଲ ସୁମିତ ଅନୁପସ୍ଥିତ ଥିବା ନେଇ ସୂଚନା ଦେଇଥିଲେ ।

ବିଗତ ୪ ଦିନ ହେବ ସୁମିତଙ୍କୁ ଖୋଜୁଥିବା ବେଳେ ତାଙ୍କର କୌଣସି ଅତାପତା ମିଳୁନି ବୋଲି କହିଛନ୍ତି ତପସ୍ୱିନୀ । ଏହା ସହିତ ସୁମିତଙ୍କ ପରିବାର ମଧ୍ୟ ଫେରାର ରହିଥିବା ନେଇ ତପସ୍ୱିନୀ ସୂଚନା ଦେଇଛନ୍ତି । ଏହା ସହିତ ସେ ଆଉଥରେ କୋର୍ଟଙ୍କ ଦ୍ୱାରସ୍ଥ ହେବେ କି ନାହିଁ ବୋଲି ପ୍ରଶ୍ନର ଉତ୍ତରରେ ସେ କହିଥିଲେ କି ଏହା ତାଙ୍କ ଓକିଲଙ୍କ ନିଷ୍ପତ୍ତି ହେବ । ତାଙ୍କ ଜୀବନ ପ୍ରତି ବିପଦ ରହିଥିବା ନେଇ କହିଛନ୍ତି ତପସ୍ୱିନୀ । ପୋଲିସ ଉପସ୍ଥିତିରେ ମୋ ସ୍ୱାମୀ ଫେରାର ହୋଇ ଯାଇଥିବା ବେଳେ ମୁଁ ସୁରକ୍ଷିତ ନୁହେଁ ବୋଲି ସେ ମତ ରଖିଛନ୍ତି । ଦେଖନ୍ତୁ ଭିଡିଓ….

Get real time updates directly on you device, subscribe now.